ହିମାଚଳ ପ୍ରଦେଶ: ପ୍ରବଳ ତୁଷାରପାତ ଓ ବର୍ଷା ସମ୍ବାବନା, ସ୍କୁଲ୍‌ ଛୁଟି ବଢ଼ିଲା

Spread the love

ସିମ୍‌ଲା, ୧୦ /୨(ସନ୍ଧାନ ନିୟୁଜ) : ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଆସିଛି। ସିମ୍‌ଲା, ମନାଲି, ଲାହୌଲ୍‌ ଏବଂ ସ୍ପିତି ଆଦି ଅଞ୍ଚଳରେ ପାଗ ଥଣ୍ଡାଳିଆ ରହିବା ସହ ବର୍ଷ ହେବାର ଆଶଙ୍କା କରାଯାଉଛି। ଏହି ସବୁ ଅଞ୍ଚଳରେ ତୁଷାରପାତ ହେଉଥିବାର ବି ଦେଖିବାକୁ ମିଳୁଛି।

ସଂପୃକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତୁଷାରପାତ ହେବାରୁ କୁଲୁ ଓ ସିମ୍‌ଲା ଜିଲ୍ଲା ପ୍ରଶାସକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ପିଲାଙ୍କର ଶୀତ ଛୁଟି ଆହୁରି ଦୁଇ ଦିନ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଫେବ୍ରୁଆରି ୧୧ରେ ସ୍କୁଲ୍‌ ଖୋଲିବ ବୋଲି ଘୋଷଣା କରାଯାଇଥିବା ବେଳେ ଏଭଳି ପରିସ୍ଥିତି ହେତୁ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୁଞ୍ଚାଇ ଦିଆଯାଇଛି ବୋଲି ଜାଣିବାକୁ ମିଳିଛି।

ରବିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଆସନ୍ତା ସପ୍ତାହରେ ଅଧିକ ପରିମାଣର ତୁଷାରପାତ ହେବାର ସମ୍ଭାବନା ରହିଛି। ସିମ୍‌ଲାରେ ଏବେ ସର୍ବନିମ୍ନ ତାପମାତ୍ରା ରହିଛି ୨.୫ ଡିଗ୍ରି। ଲାହୌଲ୍‌ ଏବଂ ସ୍ପିତି ପରି ଆଦିବାସୀ ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ରହିଛି ୧୧.୬ ଡିଗ୍ରି ସେଲ୍‌ସିୟସ୍‌।

Related Posts

About The Author

Add Comment