ହିଂଜିଳି କାଟୁ, ୧୫/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)0: ପ୍ରଥମ ଥର ପାଇଁ “ଅଭିଳାସ” “ଅଭିପ୍ସା” ଏବଂ ଅନୁରାଗ ଚଳଚ୍ଚିତ୍ର କୁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ରେ screening କରାଯାଇଥିଲା।ନୃତ୍ୟମ୍ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଈଶା ଭିଜନ୍ ମୁଖ୍ୟ ତଥା ବାସ୍ତୁବିତ୍ ସନ୍ନ୍ୟାସୀ ମହାରଣା ଯୋଗଦେଇ ଅନୁଷ୍ଠାନର ସଫଳତା କାମନା କରିବା ସହିତ ଗୁରୁ କ୍ରିଷ୍ଣା ଡିକେଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ମକରଝୋଳର ଡ୍ର “ଡ୍ରାମାଟିକ୍”କ୍ଳବ୍ ର ବରିଷ୍ଠ କଳାକାର ଲଲୀତ୍ ମୋହୋନ ପାଠୀ ଯୋଗ ଦେଇ କଳାର ବିକାଶ ନିମନ୍ତେ ପ୍ରେରଣାଦାୟୀ ମନ୍ତବ୍ୟ ପ୍ରଦାନ କରିଥିଲେ।ଏକ ସ୍ବତନ୍ତ୍ର ଅଧିବେଶନରେ “ଅଭିପ୍ସା” ଚଳଚିତ୍ରର ପରିକଳ୍ପନା ଓ ପ୍ରୋତ୍ସାହନ ପାଇଁ ସନ୍ୟସୀ ମହାରଣାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ତତ୍ ସହିତ ନୃତ୍ୟମ୍ କୁ ଜାତୀୟ ସ୍ତର ରେ ପହଞ୍ଚାଇବା ପାଇଁ ଯେଉଁ ମାନେ ମାପ କାଠି ସାଜିଥିଲେ ସେହି କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା। E.Sanchita Patra,T.sibaji Das ଏବଂ smruti pragyan pathyଙ୍କଭଳି ନୃତ୍ୟ ଶିଳ୍ପୀ ଏବଂ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ କଳାକୁ ଲୋକଲୋଚନକୁ ଆଣିବା ପାଇଁ ନୃତ୍ୟମ୍ ରଏହି ଅଭିନୟ ପ୍ରୟାସ ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ସଭା କାର୍ଯ୍ୟକୁ ନୃତ୍ୟମ୍ ଅନୁଷ୍ଠାନର ଉପସଭାପତି ଯୋଗେନ୍ଦ୍ର ସ୍ବାଇଁ ପରିଚାଳନା କରିଥିଲେ।ନୃତ୍ୟମ୍ ଅନୁଷ୍ଠାନର ଗୁରୁ ଦାୟିତ୍ଵ ତୁଲାଇ ଥିଲେ ଗୁରୁ ମାନସ୍ ରଞ୍ଜନ ରଥ କଳା ବିକାଶ ନିମନ୍ତେ କରକମଳରେ ଛାତ୍ରଛାତ୍ରୀ ଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ।ନୃତ୍ୟମ୍ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ଅଭିଭାବକ ବୃନ୍ଦ ଓ ବୁଦ୍ଧିଜୀବି ମାନେ ଖୁସି ବ୍ୟକ୍ତ କରିଛନ୍ତି। ହିଞ୍ଜିଳିକାଟୁ ଆଜି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ପାରିଛି । ଏହି ଚଳଚ୍ଚିତ୍ର ଗୁଡ଼ିକୁ ଅନେକ ସ୍ଥାନରେ screening କରିବା ପାଇଁ ନିମନ୍ତ୍ରିତ ଆସୁଥିବାରୁ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଏହାକୁ ନେଇ ଖୁସି ଅନୁଭବ କରିବା ସହ ଆହୁରି ଆଗକୁ ବଢିବା ନିମନ୍ତେ ପ୍ରେରଣା ପାଇଥିବା କହିଛନ୍ତି ।ଲକ୍ଷ୍ମଣ ପଟ୍ଟନାୟକ, ଅରୁଣ ନାହକ, ପ୍ରଫୁଲ୍ଲ ସାର୍,ମୁନା ସାହୁ, ଟୁନା ଦଲାଇ, ଗୋପାଳ, ଶ୍ରିନୁ ସାର୍ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ହିଂଜିଳି କାଟୁ “ଅଭିଳାସ”
|
September 15, 2020 |
