ହାତୀ ଉପଦ୍ରବ; କଚାଡି ମାରିଦେଲା ଜଣଙ୍କୁ

Spread the love
  •  
  •  
  •  
  •  
  •  

ଢେଙ୍କାନାଳ, 19.01.2021(ସନ୍ଧାନ ନିଉଜ୍) :- ହାତୀ ଉପଦ୍ରବ କଚାଡି ମାରିଦେଲା ହାତୀ । ମୃତକ ଗଞ୍ଜରା ଗାଁର ନିରଞ୍ଜନ ସାହୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ଫା ସେଲ୍ସନ ଗଞ୍ଜରା ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀହିନ୍ଦୋଳ ବନାଞ୍ଚଳ ବମ୍ପା ସେଲ୍ସନ ଗଞ୍ଜରା ଗାଁର  ନିରଞ୍ଜନ ସାହୁ ଧାନ ଖଳାକୁ ଯାଇଥିଲେ । ହଠାତ୍‌ ଏହି ସମୟରେ ହାତୀ ନିରଞ୍ଜନଙ୍କ କଚାଡି ଦେଇଥିଲା । ଯାହାଫଳରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ସ୍ଥାନୀୟ ବନକର୍ମଚାରୀ ଓ ରାସୋଳ ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ରହିଛି । ବନ ବିଭାଗ ଠିକଣା ଭାବରେ ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment