ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ,କନିଷ୍ଟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Spread the love
କେନ୍ଦୁଝର ,୦୨/୦୯/୨୦୨୨ (ସନ୍ଧାନ ନିଉଜ) ହାତୀ ବଂଶ ବର୍ତ୍ତମାନ ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଥବା ବେଳେ ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ଜୟଦେବ ସ୍ୱାଇଁଙ୍କୁ ବହିଷ୍କୃତ କରାଯାଇଛି ।

ଗତ ୬ ଦିନ ତଳେ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ଏିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିଦ୍ୟୁତ୍ ତାର ସ୍ଂସ୍ପର୍ଶରେ ଆସି ୨ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଏହି ଲାଇନ୍ କେବଲିଂ କରାନଯିବା ଓ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ବେଳେ, ତୁରନ୍ତ ଲାଇନ୍ ନକଟିବାରୁ ହାତୀଙ୍କର ମୃତ୍ୟୁ ଘଟିଥିଲା।

ଏଥିପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Related Posts

About The Author

Add Comment