ହାଜିରମିଆଁ ହାଇସ୍କୁଲ ପରିଶରରେ ମାଟ୍ରିକ ପରୀକ୍ଷା ଆଲୋଚନା ଚକ୍ର

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୧୧ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ହାଜିରମିଆଁ ହାଇସ୍କୁଲ ପରିଶରରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ପଞ୍ଚମ ମାସିକ ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ବୈଠକରେ ରସୁଲପୁର ବ୍ଲକର ମଣ୍ଡଳ ଶିକ୍ଷାଧିକାରୀ ନିଳାମ୍ବର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ସମ୍ମାନୀୟ ଅତିଥି ମୋ ସ୍କୁଲ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର କୁମାର ଶତପଥି ଯୋଗଦେଇଥିଲେ । ଯାଜପୁର ଜିଲ୍ଲା ଓଷ୍ଟା ସଂଘର ସଭାପତି ସୁନନ୍ଦ କୁମାର ରାଉତ ପ୍ରଧାନ ଶିକ୍ଷକ ଖଣ୍ଡିତର ଉଚ୍ଚ ବିଦ୍ୟାଳୟ ନିରଂଜନ ସାମଲ ନୋଡାଲ ପ୍ରଧାନ ଶିକ୍ଷକ ରସୁଲପୁର ବ୍ଲକା, ଶିତ୍ସ ସାହୁ ବନ୍ଧଡିହ କ୍ଲଷ୍ଟର, ପ୍ରକାଶ ପଣ୍ଡା, ବିଷ୍ଣୂ ଚରଣ ସାହୁ, ବ୍ଲକ ସଂଯୋଜକ ମୋ ସ୍କୁଲ ଯୋଗଦେଇ ଉପସ୍ଥିତ ରହିଥିବା ପ୍ରଧାନଶିକ୍ଷକ ମାନଙ୍କୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ବିଦ୍ୟାଳୟରେ ନବମ ଶ୍ରେଣୀର ଅର୍ଧ୍ୟ ବାର୍ଷିକ ଅନୁପସ୍ଥିତ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଗତ ଶତପ୍ରତିଶତ ଉପସ୍ଥାନ କରାଇବା ଓ ଏସଆଇ ଏଏସର ଶ୍ରେଣୀ ପରିଚଳନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ଲକର ୪୦ଟି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ମାନେ ହାଜିରମିଆଁ ଉଚ୍ଚ ବିଦ୍ୟାଳୟର ସ୍ମାଟ କ୍ଲାସରୁମ, ଲାଇବ୍ରେରୀ, ବିଜ୍ଞାନଗାର ଆଇସିଟି ଲ୍ୟାବ, ଟଏଲେଟର ସ୍ୱଚ୍ଛତା ପରିଦର୍ଶନ କରିବା ସହ କ୍ରିୟଟର ବୋର୍ଡ଼ ସାଇତ୍ୟ ସ୍ୱଜନ ଫଟୋ କହେ ଆମକଥା ଖବରରେ ଆମ ସଫଳତାର କାହାଣୀ ବୋର୍ଡ଼କୁ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷକ ମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ମିତ୍ରଭାନୁ ନାୟକ, ମାନସ ରଂଜନ ମଲିକ, ଅରୁଣ ଜେନା, ମେଡିକାନ ମେଡି ଉର୍ମେ ହୁସେନ, ଶିକ୍ଷୟତ୍ରୀ ମମତା ମହାନ୍ତି । ଶ୍ରୀମନ୍ତି ଜେନା, ଲକ୍ଷ୍ମୀପ୍ରିୟା ନାୟକ, ମମତା ମହାଳିକ, ଶୁଭଶ୍ରୀ ସାହୁ, ମଧୁସ୍ମିତା ଦାସ, ଗୀତା ସାହୁ, ସନ୍ତୋଷ ପାଢ଼ୀ, କେଦାର ରାଉତ, ମନୁ ରାଉତ ସହଯୋଗ ସାହଯ୍ୟ କରିଥିଲେ । ସମିର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment