ହାଇକୋର୍ଟକୁ ଅବମାନନା ଗୋଚର ଜମିରୁ ଜବରଦଖଲ ହଟୁନାହିଁ

Spread the love

ଯାଜପୁର ସଦର, ୨୮/୦୫ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନରେ ଥିବା ଗୋଚର ଜମି କେତେକ ମୁଷ୍ଠିମେୟ ଲୋକ ଦଖଲ କରିବାକୁ ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିବା ବେଳେ, ଉଚ୍ଚ ନ୍ୟାୟଳୟକୁ ଅବମାନନା କରି ଗୋଚର ଜମିକୁ ଦଖଲ କରିଥିବାକୁ ନେଇ ଦଶରଥପୁର ତହସିଲଦାର ଙ୍କର ଚେତା ପସୁନଥିବା ବେଳେ, ହାଇକୋର୍ଟଙ୍କ ନିର୍ଦ୍ଦେଷ ନାମାକୁ କାର୍ଯ୍ୟକାରି କରାଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ, ପ୍ରତିଶୃତୀ ପାଇବା ପରେ ଧରଣା ଓହରି ଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅନ୍ଦୋଳନକାରୀ ଘଟଣା ଅନୁ୍‌ଯାୟୀ ଦଶରଥରପୁର ବ୍ଲକ କଇଁଆ ପଂଚାୟତ ଦରଭା ଗ୍ରାମର ଖାତା ନଂ- ୬୪୭ ରେଥିବା ୮ଟି ପ୍ଲଟ ମଧ୍ୟରୁ ୪ ଟି ପ୍ଲଟର ୪ ଏକରରୁ ଉର୍ଦ୍ଧ୍ୱ ଜମିକୁ କିଛି ପ୍ରଭାବଶାଳୀ ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରି ରଖିଥିବା ବେଳେ, ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଗୋଚର ଜମିକୁ ମୁକ୍ତ କରିବା ପାଇଁ ଦଶରଥିପୁର ତହସିଲଦାରଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିଲା । ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବା ବେଳେ, ଗ୍ରାମବାସୀମାନେ ବାଧ୍ୟହୋଇ ଉଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ଗତମାସ ନଭେମ୍ବର ଏବଂ ଅପ୍ରେଳ ମାସରେ ଦଶରଥପୁର ତହସିଲ କର୍ତ୍ତୁପକ୍ଷରୁ ଜବର ଦଖଲରେ ଥରବା ଜମିକୁ ମୁକ୍ତ କରିବା ପାଇଁ ଆଦେଶ ଦିଆଯଇଥିଲା । ଦଶରଥପୁର ତହସିଲରେ କୌଣସି ପଦକ୍ଷେପ ନନେବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଯାହା ଫଳରେ ଦରଭା ଗ୍ରାମବାସୀଙ୍କ ପକ୍ଷରୁ ସୁନଲ ରାୟ, ଉଦିତ ନାୟକ, ଭିମସେନ ନାୟକ, ଶରତ ନାୟକ, ଉମେଶ ନାୟକ, କୈଳାସ ଚନ୍ଦ୍ର ନାୟକ, ବସନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦଶରଥପୁର ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଗ୍ରାମବାସୀ ମାନଙ୍କ ଭାବନାକୁ ଆଖିଆଗରେ ରଖି ତହସିଲ ଅବିନାଶ ବିଶ୍ୱଜିତ ସେଠୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ଧାରଣାକାରୀଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀଙ୍କ ଅଭିଯୋଗ ବିଷୟରେ ତହସିଲଦାରଙ୍କ ସହିତ ଫୋନରେ ଆଲୋଚନା କରିôତଲେ । ଆସନ୍ତା ଜୁନ ମାସ ୬ ତାରିଖ ମଧ୍ୟରେ ଉଚ୍ଚନ୍ୟାୟଳୟର ଆଦେଶକୁ କାର୍ଯ୍ୟକାରୀ କରାଯିବା ସହିତ ଜବର ଦଖଲରେ ରହିଥିବା ସମ୍ପୃକ୍ତ ଗୋଚର ଜମିକୁ ସମ୍ପୁର୍ଣ୍ଣ ମୁକ୍ତ କରାଯିବା ଲାଗି ଅତିରିକ୍ତ ତହସିଲଦାର ପ୍ରତିଶୃତି ଦେବାପରେ ଗ୍ୟାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ ।

Related Posts

About The Author

Add Comment