ମୟୂରଭଞ୍ଜ, ୨୬/୧୦/୨୦୨୨ (ସନ୍ଧାନ ନିଉଜ) ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଗାଁ ହାରିବେଡା ଗାଁ ‘ ର ୨ ପରିବାରର ୧୨ ଜଣ ମହିଳା ପୁରୁଷ ମୂଳ ସ୍ଵହିନ୍ଦୁ ଧର୍ମ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ହାରିବେଡ଼ା ଗାଁ ର ଜେମା ଗଗରାଇ ୬୦ ବର୍ଷ, ବାଗୁନ୍ ଗଗରାଇ ୧୯ ଏବଂ ରାନ୍ଦାଇ ଗାଗରାଇ ୧୮ ବର୍ଷ ପର ପ୍ରରୋଚନାରେ ଓ ମିଥ୍ୟା ପ୍ରଲୋଭନ ର ବଶବର୍ତ୍ତୀ ହୋଇ ନିଜ ମୂଳ ହିନ୍ଦୁ ଧର୍ମ ତ୍ୟାଗ କରି ପ୍ରାୟ ୬ ମାସ ପୂର୍ବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ,ହେଲେ ତାଙ୍କ ପରିବାରର ଦୁର୍ଗା ଗାଗରାଇ ୩୬ , ଗୁରୁବାରି ଗାଗରାଇ ୩୦ , ମାଛୁଆ ଗାଗରାଇ ୩୨ , ବୁଦୁନୀ ଗାଗରାଇ ୨୫ , ସୀତାରାମ ଗାଗରାଇ ୨୫ , ଲିଲି ଗାଗରାଇ ୨୦ , ଯମୁନା ଗାଗରାଇ ୧୮ ଏବଂ ଲେବା ଗାଗରାଇ ୦୪ ମୂଳ ହିନ୍ଦୁ ଧର୍ମ ତ୍ୟାଗ କରି ନ ଥିଲେ , ଖ୍ରୀଷ୍ଟ ଧର୍ମ ଗ୍ରହଣ କଲା ପରେ ସେମାନେ ନାନା ସମସ୍ୟା ର ସମ୍ମୁଖୀନ ହେବା ସହ ତାଙ୍କୁ ଠକେଇ ଧର୍ମ ପରିବର୍ତ୍ତନ କରା ଯାଇଥିବା ଜାଣି ଯିବା ପରେ, ନିଜ ଭୁଲ ବୁଝି ପାରିଥିଲି । ତାଙ୍କ ନିଜ ମୂଳ ଧର୍ମ ହିଁ ଠିକ୍ ଅନୁଭବ କରିବା ପରେ ମୂଳ ଧର୍ମ କୁ ଫେରିବା ଇଚ୍ଛା କରି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କାର୍ଯ କର୍ତ୍ତା ମାନଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ,
ପରିବାରର ଉକ୍ତ ତିନି ଜଣ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲା ପରେ ମୂଳ ହିନ୍ଦୁ ଧର୍ମ ପାଳନ କରୁ ଥିବା ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନାନା ଅସୁବିଧା ର ସମ୍ମୁଖୀନ ପଡୁଥିଲା । ଶେଷରେ ସେମାନେ ବିଶ୍ଵ ହିନ୍ଦୁ ପରିଷଦ ର ବରିଷ୍ଠ କାର୍ଯ କର୍ତ୍ତା ରାମ ଜାନ ମହାନ୍ତ , କାର୍ତ୍ତିକେଶ୍ୱର ମହାନ୍ତ ,ମିଲୁ ମହାନ୍ତ ଏବଂ ଦୁର୍ଗା ଗାଗରାଇ ଙ୍କୁ ଏ ସମ୍ବନ୍ଧରେ ଜଣାଇବା ସହ ମୂଳ ଧର୍ମ କୁ ଫେରିବା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କ ସହଯୋଗ ଯୋଗୁଁ ସ୍ଵ ଧର୍ମ (ହିନ୍ଦୁ ) କୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହେଲେ ।
ଏହି ଅବସରରେ ଏକ ପରାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଉତ୍ସବ ରେ ବିଶ୍ବହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ମଧୁସୂଦନ ଦାସ , ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମଙ୍ଗୁ ଲୁରାମ ମହାନ୍ତ, ଜିଲ୍ଲା କାର୍ଯକାରୀ ସଭାପତି ନନ୍ଦ କିଶୋର କିସ୍କୁ ,ଜିଲ୍ଲା ଉପସଭାପତି ସ୍ମୃତିମୟ ମହାନ୍ତ , ଜିଲ୍ଲା ସହସଂପାଦକ ଇଂ କମଳା କାନ୍ତ ନାୟକ, ଜିଲ୍ଲା ସତସଙ୍ଗ ପ୍ରମୁଖ ଆଶିଷ ମହାନ୍ତ, ଜିଲ୍ଲା ମଠ ମନ୍ଦିର ଧର୍ମପ୍ରସାର ପ୍ରମୁଖ ଲାଲମୋହନ ଜୀ ମହାରାଜ , ବଜରଙ୍ଗ ଦଳ ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ (ପୂର୍ବ) ଅକ୍ଷୟ କୁମାର ସାହୁ , ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ମୃତୁଞ୍ଜୟ ପାଲ, ସାପ୍ତାହିକ ମିଳନ କେନ୍ଦ୍ର ପ୍ରମୁଖ ତୃପ୍ତି ରଞ୍ଜନ ସାହୁ , ସୟଂ ସେବକ ସମୀର ମହାକୁଡ, ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ବିଶ୍ୱଜିତ୍ ବାରିକ ସମେତ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯକର୍ତ୍ତା ଯୋଗ ଦେଇଥିଲେ । ହୋମ୍ ଯଜ୍ଞ, ପୂଜା କର୍ମ ବିଧିବିଧାନ ସହ ଜେମା ଗାଗରାଇ , ବାଗୁନ ଗାଗରାଇ ଓ ରାନ୍ଦାଇ ଗାଗରାଇ ସମେତ ସମସ୍ତ ପରିବାର ବର୍ଗ ସ୍ଵ ଧର୍ମ ( ହିନ୍ଦୁ ) ଧର୍ମ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ପରାବର୍ତ୍ତନ ଉତ୍ସବ କୁ ସଫଳ କରାଇବାରେ ସୀତାରାମ ପୂର୍ତ୍ତି, ମରା ପୂର୍ତ୍ତି, ଘାଷିଆ କାଣ୍ଡେଲ କେଲ , ବାଗୁନ ଲିଆଙ୍ଗି, ଟୁକୁନା ସିଂହ ସମେତ ଗ୍ରାମର ପୁରୁଷ, ମହିଳା ସକ୍ରିୟ ସହଯୋଗ କରିଥିଲେ ।