ଭଦ୍ରକ,୧୧/୪ (ସନ୍ଧାନ ନିୟୁଜ) ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ଅଧିନ ଜଗଦଳପୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ,ଜଣେ ନିଶାସକ୍ତ ସ୍ୱାମୀର ମାଡରେ ପତ୍ନୀଙ୍କ ମୃତ୍ୟୁ ଘଟିଛି ମୁତୃ ମହିଳା ଜଣଙ୍କ ହେଲେ ଏହି ଗ୍ରାମର ସମରାଇ ମାଝିଙ୍କ ପତ୍ନୀ ସୁଖୀ ମାଝୀ (୪୦) ଏ ନେଇ ଥାନାରେ ସଂପର୍କୀୟ ମାନେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ଅଭିଯୁକ୍ତ ସ୍ୱାମୀ ସମରାଇ ଘଟଣାପରଠାରୁ ଫେରାରଥିବା ଜଣାପଡ଼ିଛି,ପ୍ରାପ୍ତ ସୂଚନା ଅନୁଯାୟୀ, ଜଗଦଳ ପୁର ବାସିନ୍ଦା ସମରାଇ ମାଝୀ ଭାରତୀୟ ଖାଦ୍ୟ ନିଗମରେ ରୁପ୍ସା ଶାଖାର ୬ନମ୍ବର ଗ୍ୟାଙ୍ଗର ଜଣେ କର୍ମଚାରୀ ।ଗତକାଲି ଅଫିସିରୁ ଫେରି ନିଜ ସ୍ତ୍ରୀ ସହିତ ଘରୋଇ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା,ଘଟଣାରୁ ଯାହା ପ୍ରକାଶ ଯେ ରାତ୍ରରେ ଦୁଇ ଜଣ ନିଶାଶକ୍ତ ଅବସ୍ଥାରେ ଥିଲେ ତେଣୁ ଏଭଳି ଉଗ୍ରରୂପ ନେଇଥିଲେ ,ଏଥିରେ ସମରାଇ ନିଜର ହିତାହିତ ଜ୍ଞାନ ହରାଇ କ୍ରୋଧିତ ହୋଇ ନିଜ ସ୍ତ୍ରୀ ସୁଖୀର ଛାତି ଓ ପେଟକୁ ଜୋରରେ ଆଘାତ ଦେଇଥିଲା ଏ ଥିରେ ସୁଖିଙ୍କ ମୁଣ୍ଡ ଫାଟିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।ପରେ ନିଜର ବଡ଼ଜ୍ଜ୍ୱ।ଇଁ କାର୍ତ୍ତିକ ବେହେରାଙ୍କ ସହଯୋଗରେ ସାମରାଇ ଓ ସୁଖିଙ୍କୁ ମାର୍କୋଣା ସ୍ୱାସ୍ଥକେନ୍ଦ୍ରରେ ଭର୍ତି କରିଥିଲେ ,ସେଠାରେ ସୁଖିଙ୍କ ଅବସ୍ଥା ଗୁରୁତର ଥିବାରୁ ଜାଣି ଶୁଣି ସମରାଇ ଫେରାର ହୋଇଯାଇଥିଲା। ଡାକ୍ତର ଅଧିକ ଚିକିତ୍ସା ପାଇଁ ଭଦ୍ରକକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ତାଙ୍କ ଜ୍ଜ୍।ଇଁ କାର୍ତିକ ତାଙ୍କୁ ଆଜି ସକାଳେ ଘରକୁ ନେଇ ଆସିଥିଲେ ,ସକାଳ ପ୍ରାୟ ୯ ଟା ବେଳକୁ ସୁଖିଙ୍କ ମୃତ୍ୟୁ ହୋଇଥିଲା ,ଖବର ପାଇ ଭଦ୍ରକ ଏସ୍ ଡିପିଓ ଜଳନ୍ଧର ଜେନା ,ଗ୍ରାମାଞ୍ଚଳ ଥାନା ଅଧିକାରୀ ଦୟାନିଧି ଦାସ,ଓ ସେଖେଣ୍ଡ ଅଫିସର କରୁଣା କର ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତର ଖାନାକୁ ପଠାଇ ଥିଲେ ।ବଡ଼ଜ୍ଜ୍ୱ।ଇଁ କାର୍ତ୍ତିକ ବେହେରାଙ୍କ ଏତେଲା ଅନୁଯାଇ ପୋଲିସ୍ ୧୭୪/୧୯ନଂ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
REPORT- P SAMAL