ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ୨୭ ତମ ବାର୍ଷିକ ଉତ୍ସବ ଓ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

Spread the love
କଟକ ସଦର,(ସନ୍ଧାନ ନ୍ୟୁଜ୍): କଟକ ସଦର ୪୨ ମୌଜ଼ା  ଅଂଚଳର  ଏକ ଅଗ୍ରୀମ ସାମାଜିକ ସ୍ୱାମୀଜୀ ଯୁବକ ସଂଘ ବରାଳ ପକ୍ଷରୁ ୨୭ ତମ ବାର୍ଷିକ ଉତ୍ସବ ବରାଳ ସ୍ଵପ୍ନେଶ୍ୱର ମନ୍ଦିର ନିକଟରେ ପ୍ରତିଷ୍ଠାତା ଓ ସଭାପତି  ଇଂ.ବିରଂଚି ନାରାୟଣ ଭୂୟାଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚନ୍ଦ୍ର ସାରଥୀ ବେହେରା,ମୁଖ୍ୟବକ୍ତା ଶିକ୍ଷାବିତ୍ ସରୋଜିନୀ ରଥ, ସମ୍ମାନୀତ ଅତିଥି ଭାବେରେ ଅତିରିକ୍ତ ତହସିଲଦାର ସୁକନ୍ୟା ରାଉଳ, ସଂଘର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ସମରେନ୍ଦ୍ର ମହାପାତ, ଅଧ୍ୟାପକ ପ୍ରଦୀପ ବିଶ୍ଵାଳ,ସ୍ୱତନ୍ତ୍ର ଅତିଥି ବାବା ଦିବାକର ଦାଶ ମହାରାଜ, ଉପଦେଷ୍ଟା ପ୍ରଫେସର ଇଂ. ମନୋଜ ନାୟକ,ଆଇନଜୀବୀ ସଂଜିବି ବିଶ୍ଵାଳ, ବିଶିଷ୍ଟ ସମାଜ ସେବୀ ପ୍ରଫୁଲ କର,ଅଜୟ ଭୂୟାଁ, ଉପଦେଷ୍ଟା ବାମଦେବ ସ୍ବାଇଁ, ସୁବାଷ ଚନ୍ଦ୍ର ସାହୂ, ସରପଂଚ ବନମାଳୀ ବିହାରୀ,ଯୁବ ବଜ୍ଞାନିକ ଇଂ.ଅନିଲ ପ୍ରଧାନ ,ଉପଦେଷ୍ଟା ତଥା ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦିକା ଉଷା ଜେନା,ସମ୍ପାଦକ ଇ. ସୁରଜ ବେହେରା, ପ୍ରଗତି ସ୍ବାଇଁ, କୋଷଧକ୍ଷ ଦେବିପ୍ରସାଦ ରାଉତରାୟ,ଆଦିତ୍ୟ ଭୂୟାଁ, ସମ୍ପାଦିକା ପ୍ରିୟଙ୍କା ସ୍ବାଇଁ, ସଭାପତି (ମହିଳା) ସୁଜାତା ପରିଡ଼ା,ପ୍ରତୀକ୍ଷ୍ୟା ବେଉରା,ଦୀପିକା ସାହୂ, ଆ୦ଚଲ ପରିଡ଼ା,ବର୍ଷା ଜେନା,ପ୍ରଣତି ଜେନା,କବି କିଶନ ରାଉଳ ,ମାରୁତି ବେଉରା,ଆକାଶ ଭୂୟାଁ, ସୁରଜ୍ ଜେନା, ସୁଲା ଭୂୟାଁ  ଉପସଭାପତି ମଦନ ରାଉତ ଓ ସମାଜ ସେବୀ ସୁବ୍ରତ ରାଉତ,ସଂପାଦକ ରାଜାରାମ ଜେନା,କବି ଶ୍ରୀକାନ୍ତ ବେଉରା  ପ୍ରମୁଖ ସହଯୋଗ କରିଥିଲେ ।ଏଥିରେ ୪୦ ଟି ବିଦ୍ୟାଳୟ ଓ ୪ ଟି ମହାବିଦ୍ୟାଳୟରୁ  ୩୬୦ ଜଣ ବିଦ୍ୟାର୍ଥି ବର୍ଗ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇ ଥିଲେ । ବିଭିନ୍ନ କ୍ଷେତ୍ରର ଉଲ୍ଳେଖନୀୟ କୃତିତ୍ୱ ନେଇ ୩୦ ଜଣ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୂଖ୍ୟ ପରିଚାଳକ ସେବକ  ସୂର୍ଯ୍ୟ ନାରାୟଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment