ସ୍ୱାଧୀନତା ଦିବସ ଦେଶପାଇଁ ଏକ ସଂକଳ୍ପର ଦିବସ : ଗଣଶିକ୍ଷାମନ୍ତ୍ରୀ

Spread the love

ଯାଜପୁର ,୧୫/୦୮/୨୦୨୦ (ସନ୍ଧାନ ନିଉଜ)) ସ୍ୱାଧୀନତା ଦିବସ ପ୍ରତ୍ୟେକଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମଜାତି ଓ ଦେଶ ପାଇଁଗୌରବର ଦିବସ । ସମବଦ୍ଧଭାବେ ଆମେଏହାରସୁରକ୍ଷା ଓ ଅଖଣ୍ଡତାକୁବଜାୟରଖିବାକୁରାଜ୍ୟବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀସମୀରରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାରଜିଲ୍ଲାସ୍କୁଲ ପଡିଆଠାରେ ଯାଜପୁରଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତହୋଇଥିଲା । ଏଥିରେମୁଖ୍ୟ ଅତିଥି ଭାବେଯୋଗଦେଇ ଓ ଜାତୀୟ ପତାକାଉତୋଳନ କରିମନ୍ତ୍ରୀଶ୍ରୀ ଦାଶସର୍ବପ୍ରଥମେ ଦେଶମାତୃକାରସେବା ପାଇଁସଂଗ୍ରାମକରିଥିବା ଓ ଆତ୍ମବଳୀ ଦେଇଥିବାସଂଗ୍ରାମୀମାନଙ୍କ ପ୍ରତିଶ୍ରଦ୍ଧାଞ୍ଜଳୀ ଅର୍ପଣକରିଥିଲେ । ମହାତ୍ମାଗାନ୍ଧି, ଜବାଲାଲ୍ନେହୁରୁ, ସୁବାଷବୋଷ, ସର୍ଦ୍ଧାରବଲ୍ଲଭଭାଇ ପଟେଲ, ଲାଲ୍ବାହାଦୁରଶାସ୍ତ୍ରୀ, ମୌଲାନା ଆବୁଲକାଲାମ ଆଜାଦ, ଡଃଭୀମରାଓ ଆମ୍ବେଦକର, ଲକ୍ଷ୍ମଣ ନାଏକ, ବୀରସୁରେନ୍ଦ୍ରସାଏ, ଗୋପବନ୍ଧୁ ଦାଶ, ନବକୃର୍ଷ୍ଣ ଚୌଧୁରୀ, ମାଳତୀଚୌଧୁରୀ, ରମାଦେବୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କସ୍ମୃତି ପ୍ରତିଶ୍ରଦ୍ଧାଞ୍ଜଳୀଜଣାଇଏମାନଙ୍କ ଅବଦାନ ଚିରସ୍ମରଣୀୟବୋଲିକହିଥିଲେ । ଯାଜପୁରଜିଲ୍ଲାସ୍ୱାଧୀନତାସଂଗ୍ରାମକ୍ଷେତ୍ରରେ ଏକ ଅଗ୍ରଣୀଜିଲ୍ଲା । ୧୯୩୪ ମସିହାରେଗାନ୍ଧିଜୀଙ୍କ ପଦ ଯାତ୍ରାସ୍ୱାଧୀନତାସଂଗ୍ରାମକୁ ଅଧିକଶାଣିତକରିଥିଲା । ବରୀମାଟିବୀରମାଟିଭାବେସ୍ୱାଧୀନତାସଂଗ୍ରାମକୁ ଅଧିକକ୍ରିୟାଶୀଳକରିଥିଲା । ସେହିପରିଜିଲ୍ଲାରପୌରାଣିକ, ଐତିହାସିକ, ପର୍ଯ୍ୟଟନ, ଶିଳ୍ପ, କଳା ଓ ସଂସ୍କୃତିରସମ୍ଭାର ଅନନ୍ୟ ବୋଲିକହିବାସହସମ୍ଫ୍ରତିକରୋନାବିରୁଦ୍ଧରେସଂଗ୍ରାମ ପାଇଁକରୋନାଯୋଦ୍ଧାମାନଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟବୋଲିକହିଥିଲେ  ଯାଜପୁରଜିଲ୍ଲାକରୋନାରମୁକାବିଲାରେବେଶ୍ଉଲେଖନୀୟସଫଳତାହାସଲକରିଛି । ଜିଲ୍ଲାରେସୁସ୍ଥତାହାରରାଜ୍ୟ ଓ ଦେଶଠାରୁ ଅଧିକ ଥିବାବେଳେମୃତୁ୍ୟହାରସବୁଠାରୁକମ । ଏହାକରୋନାଯୋଦ୍ଧାଙ୍କସହ ପ୍ରଶାସନରତ୍ୱରିତ ପଦକ୍ଷେପ, ଗଣମାଧ୍ୟମରସହଯୋଗ ଓ ସାଧାରଣଲୋକମାନଙ୍କରସରକାରୀମାର୍ଗଦର୍ଶିକା ପ୍ରତି ନିଷ୍ଠାର ଅନୁପାଳନର ପ୍ରମାଣବୋଲିସେକହିଥିଲେ । ସେହିପରି ପ୍ରଥମ ପର୍ଯ୍ୟୟରେକରୋନାରୁସୁସ୍ଥହୋଇଥିବା ୪ଜଣ ବ୍ୟକ୍ତିଗୁରୁତରକରୋନାରୋଗୀଙ୍କ ଉନ୍ନତ ଚିକିସôାପାଇଁସେମାନଙ୍କର ପ୍ଲାଜମା ଦାନ କରିବା ଏକ ବିରାଟ ଉପଲବ୍ଧୀ ବୋଲିକହିବାସହସେମାନଙ୍କୁକୃତଜ୍ଞତାଜଣାଇଥିଲେ । କରୋନା ଏକ ଲମ୍ବାଲଢେଇ । ତେଣୁ ପ୍ରତ୍ୟେକସଚେତନ ହୋଇ ନିଜରସୁରକ୍ଷାକୁ ସୁନିଶ୍ଚିତ କରିବାକୁସେ ଅନୁରୋଧ କରିଥିଲେ । ଚଳିତବର୍ଷମାଟ୍ରିକ ଓ +୨ ପରୀକ୍ଷାରେସଫଳହୋଇଥିବା ପରୀକ୍ଷାର୍ଥୀମାନଙ୍କୁସେ ଅଭିନନ୍ଦନ ଜଣାଇଥିଲେ । କରୋନାକଟକଣାଯୋଗୁଚଳିତବର୍ଷ ପ୍ୟାରେଡକରାଯାଇନଥିଲା । ପୋଲିସବ୍ୟାଣ୍ଡ ଦ୍ୱାରାରାଷ୍ଟ୍ରୀୟସଂଗୀତ ପରିବେଷଣସହ ଦର୍ଶକଭାବେକୋଭିଡଯୋଦ୍ଧାମାନଙ୍କୁ ଆମନ୍ତ୍ରଣଲରାଯାଇଥିଲା । ପୋଲିସରିଜର୍ଭଇନ୍ସିପେକ୍ଟରକାହ୍ନୁଚରଣମାର୍ଣ୍ଡିପୋଲିସବ୍ୟାଣ୍ଡ ଓ ପଡିଆକାର୍ଯ୍ୟକ୍ରମ ପରିଚାଳନାକରିଥିଲେ । ପରେମନ୍ତ୍ରୀଶ୍ରୀ ଦାଶସର୍କିଟହାଉସରେବୃକ୍ଷରୋପଣକରିଥିଲେ । ପ୍ରାରମ୍ଭରେଗାନ୍ଧିଛକଠାରେ ଥିବାଗାନ୍ଧିଜୀ ଓ ସଂସ୍କୃୃତିଭବନରେ ଥିବାବରପୁତ୍ରମାନଙ୍କ ପ୍ରତିମୂର୍ତିରେମୁଖ୍ୟ ଅତିଥି ଓ ଅନ୍ୟମାନେ ମାଲ୍ୟାର୍ପଣକରିଥିଲେ । ଏହିକାର୍ଯ୍ୟକ୍ରମରେଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶଚନ୍ଦ୍ରମହାନ୍ତି, ଜିଲ୍ଲାପାଳରଂଜନ କୁମାର ଦାସ, ଏସ.ପି ଚରଣସିଂମିନା, ଆଇ.ଏସପ୍ରୋବେସନରସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଧଶକଇନ୍ଦ୍ରମଣି ନାୟକ, ଅତିରିକ୍ତଜିଲ୍ଲାପାଳ ଅକ୍ଷୟକୁମାରମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ, ଅତିରିକ୍ତଏସ.ପି ଡଃଭବାନୀକାନ୍ତ ପଟ୍ଟନାୟକ, ଡେପୁଟିକଲେକ୍ଟରକୁଳମଣି ନାୟକ, ପୌରନିର୍ବାହୀ ଅଧିକାରୀ ଅଜୟ କୁମାରମହାନ୍ତି, ସି.ଡି.ଏମ.ଓଡାକ୍ତରସୁଧାଶୁଂଶେଖରବଳ ଙ୍କ ସମେତତାଲିମନେଉଥିବା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନବିଭାଗରକର୍ମଚାରୀ ପ୍ରମୁଖଯୋଗଦେଇଥିଲେ । ପ୍ରତ୍ୟୁଷରୁସହର ମଧ୍ୟରେଲୋକସମ୍ଫର୍କବିଭାଗ ପକ୍ଷରୁଡାକବାଜି ଯନ୍ତ୍ର ମାଧ୍ୟମରେରାମଧୂନ ପରିବେଷଣକରାଯାଇଥିଲା । ଜିଲ୍ଲାପାଳଙ୍କକାର୍ଯ୍ୟାଳୟ, ଆବାସିକକାର୍ଯ୍ୟାଳୟ, ସମସ୍ତସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂଶିଳ୍ପାନୁଷ୍ଠାନ ମାନଙ୍କରେସ୍ୱାଧୀନତା ଦିବସ ପାଳିତହୋଇଥିଲା । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ କର୍ମଚାରୀମାନେ ସମସ୍ତକାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ । ସଂନ୍ଧ୍ୟାରେସଂସ୍କୃତିଭବନ ସହ ଅନ୍ୟାନ୍ୟକାର୍ଯ୍ୟଳୟକୁଆଲୋକମାଳାରେସଜିତକରାଯାଇଥିଲା ।  

Related Posts

About The Author

Add Comment