ସ୍ୱତନ୍ତ୍ର ଅଲମ୍ପିକ ଯୁବକ୍ରୀଡା

Spread the love

ବାଲିଗୁଡା, ୦୧/୦୩ /୨୦ (ସନ୍ଧାନ ନିଉଜ) : ବାଲିଗୁଡା ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ଅଲମ୍ପିକ ଯୁବ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି।

ଏଥିରେ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଦୃଷ୍ଟିହିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ମାନସିକ ଅଗ୍ରସର ବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ୱତନ୍ତ୍ର ଅଲମ୍ପିକ ଯୁବ କ୍ରୀଡା ପ୍ରଶିକ୍ଷକ ଶୁଶ୍ରୀ ଅପ୍ରିତା ମହାପାତ୍ର ଯୋଗଦେଇଥିଲେ।

ଏହି କ୍ରୀଡାରେ ୨ରୁ୧୦ବର୍ଷର ସବୁ ବର୍ଗର ପିଲାମାନେ ଭାଗ ନେଇଥିଲେ। ପ୍ରତ୍ୟେକ ପ୍ରତିଯୋଗିଙ୍କୁ ଖେଳ ଶେଷରେ ମେଡାଲ ପ୍ରଧାନ କରାଯାଇଥିଲା। ଏହି କ୍ରୀଡାକୁ ଜିଲ୍ଲା ସଂଯୋଜକ କିଶୋର କୁମାର ଜେନା ପରିଚାଳନା କରିଥିଲେ।

Related Posts

About The Author

Add Comment