ସ୍ବାସ୍ଥ୍ୟ ବିଭାଗର ଗାଡିକୁ ଧକ୍କା ଦେଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

Spread the love
  •  
  •  
  •  
  •  
  •  

ବାରିପଦା, ୧୬.୦୧.୨୦୨୧(ସନ୍ଧାନ ନିଉଜ୍/  ଲିଙ୍ଗରାଜ ପଣ୍ଡା):- ଏଠାରୁ ୧୦ କିଲୋମିଟର ଦୂର ମୋରଡା-ବାରିପଦା ରାସ୍ତାର ହିଂସେଲଡିହି ଗ୍ରାମ ନିକଟରେ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଗାଡିକୁ ପଛପଟୁ ଦୃତଗାମୀ ଏକ ବାଇକ ଆଜି ଅପରାହ୍ନରେ ଧକ୍କା ଦେଇଥିଲା । ଫଳରେ ବାଇକର ଦୁଇ ଜଣ ଯାକ ଆରୋହୀ ଗୁରୁତରଭାବେ ଆହତ ହେବା ସହ ଉଭୟଙ୍କୁ ଉକ୍ତ ସ୍ବାସ୍ଥ୍ୟ ବିଭାଗ ଗାଡି‌ ଯୋଗେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲକୁ ଅଣାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ଦୁଇ ଜଣ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ନୟାଗ୍ରାମ ଥାନା ଅନ୍ତର୍ଗତ ଡୁମୁରଡିହା ଗ୍ରାମର ବିବେକାନନ୍ଦ ସିଟ୍ ଓ ଯୋଗେଶ୍ଵର‌ ମହାନ୍ତ ବୋଲି ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ବାଇକ ଡବ୍ଲ୍ୟୁବି- ୩୪ଜି-୯୩୩୪ ପୁଲିସ ହେପାଜତରେ ରହିଥିବା ସହିତ ବାରିପଦା ସଦର ଥାନା ପକ୍ଷରୁ ତଦନ୍ତ ଚାଲିଛି ।

Related Posts

About The Author

Add Comment