ସ୍ତ୍ରୀକୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ କରାଯାଇଚି

Spread the love
  •  
  •  
  •  
  •  
  •  

ଯାଜପୁର, ୧୨/୦୧/୨୧ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ମହେଶ୍ୱରପୁର ଗ୍ରାମର ସେକ୍ ନୟାଜ୍ ଅଲ୍ଲୀଙ୍କ ସ୍ତ୍ରୀ ସମିନା ପରୱିନ୍(୪୫) ଏକ ଦୋକାନ ନିକଟରେ ତାଙ୍କ ପରିବାରକୁ ନେଇ ରହୁଥିବା ବେଳେ, ତାଙ୍କ ସ୍ୱାମୀ ସେକ୍ ନୟାଜ୍ ଅଲ୍ଲୀ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଶାଶୁ, ଶଶ୍ୱୁର, ଦିଅର, ବଡ଼ ପୁଅ ଝୀଅଙ୍କ ସହିତ ନିକଟସ୍ଥ ରାଏପଡ଼ା ଇସ୍ତମା ପଡ଼ିଆରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ସେକ୍ ନୟାଜ୍ ସାଉଦ୍ରେ ଚାକିରୀ କରନ୍ତି । ତାଙ୍କ ସ୍ତ୍ରୀ ସମିନାଙ୍କୁ ନଜଣାଇ ଶନିବାର ଦିନ ସାଉଦରୁ ଘରକୁ ଫେରିଆସିଥିବା ବେଳେ, ସେକ୍ ନୟାଜ ତାଙ୍କ ପୁଅଙ୍କ ସହିତ ଗାଡ଼ିରେ ଯାଇଥିବା ବେଳେ, ହେଲମେଣ୍ଟ ଶ୍ୱଶୁର ଘରେ ରହିଥିବାରୁ ସେଠାକୁ ଯାଇଥିଲେ । ନୟାଜ୍ ଶ୍ୱଶୁର ଘରକୁ ଯିବା ଘଟଣାକୁ ନେଇ ସ୍ୱାମୀଙ୍କୁ ଦେଖି ସମିନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସାକୁ ହୋଇଥିଲା । ବଚସାକୁ କେନ୍ଦ୍ରକରି ପରିବାର ସଦସ୍ୟମାନେ ସମୀନାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସମିନା ଗୁରୁତର ଆହତ ହୋଇଥିଲେ । ସମିନାଙ୍କୁ ନିଜ ପୁଅ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ନେଇଥିଲେ । ପରୱିନ ଚିକିତ୍ସା ହୋଇ ଫେରିବାପରେ ସମିନା ସୋମବାର ଦିନ ନୟାଜ୍ ଓ ତାଙ୍କ ପରିବାର ନାମରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିବା ଜଣାଯାଇଚି । ଏତଲାକୁ ଭିତ୍ତିକରି ଧର୍ମଶାଳା ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଚି ।

Related Posts

About The Author

Add Comment