ନୂଆପଡା ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ ଧାରଣା

Spread the love

ଧର୍ମଶାଳା, ୧୬/୦୨ (ସନ୍ଧାନ ନିୟୁଜ/ମାନସ ରାଉତ) ସରକାର ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ନିକଟସ୍ଥ ଅନ୍ୟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର କରି ଶିକ୍ଷାଦାନର ବ୍ୟବସ୍ଥା କରାଇବାକୁ ନେଇ ରାଜ୍ୟରେ ସ୍କୁଲ ବନ୍ଦ ହେଉଥିବା ଗ୍ରାମ ମାନଙ୍କରେ ଅସନ୍ତୋଷ ଦେଖାଦେଉଛି । ଏହି କ୍ରମରେ ରାଜ୍ୟରେ ମୋଟ ୧୪୩୭୯ଟି ସ୍କୁଲକୁ ବନ୍ଦ କରାଯାଇଥିବା ବେଳେ ସେଥିମଧ୍ୟରୁ ଯାଜପୁରରେ ଜିଲ୍ଲାରେ୩୧୨ଟି ସ୍କୁଲ ରହିଛି । ଏହା ଭିତରୁ ନୂଆପଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଯିବାକୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ କ୍ଷେତ୍ରପାଳ ପଂଚାୟତ ନୂଆପଡା ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ସୋମବାର ନୂଆପଡା ଗ୍ରାମର ଶତାଧିକ ଅଭିଭାବକ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ପାଖରେ ରେଳପଥ ଏବଂ ରାଜପଥ ଥିବାରୁ ତାକୁ ପରି ହୋଇ ଅନ୍ୟ ୨କିମି ସ୍କୁଲକୁ କୁନି କୁନି ପିଲାମାନେ ଯାଇପାରିବେ ନାହିଁ । ଏପରି ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ରାଜ୍ୟ ଛୁଆ ଚୋରିର ଆତଙ୍କ ରହିଛି । ଅନ୍ୟପଟରେ ପିଲାମାନେ ଚାଲି ଚାଲି ଯାଇପାରିବେ ନାହିଁ । ସରକାର ତୁରନ୍ତ ଏହି ନିଷ୍ମତ୍ତି ପ୍ରତ୍ୟହାର କରି ଏଠାରେ ସ୍କୁଲ ଚଲାଇବାକୁ ସେମାନେ ଦାବି କରିଛନ୍ତି । ଧାରଣାରେ ବିଦ୍ୟାଳୟ ସୁରକ୍ଷା କମିଟି ପ୪ରୁ ପ୍ରକାଶ ଜେନା, ନିରୁପମା ଜେନା, ବାପିଲତା ଜେନା, ଲକ୍ଷ୍ମିୀଧର ଜେନା, ସମେତ ବହୁ ଗ୍ରାମବାୀସୀ ଧାରଣ ଦେଇଥିଲେ ।

Related Posts

About The Author

Add Comment