ସୁବର୍ଣ୍ଣପୁର ( ସନ୍ଧାନ ନ୍ୟୁଜ ): ଗତକାଲି ରବିବାର ରାତି ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ଜଣାପଡିଛି। ମନ୍ଦିରର ମୁଖ୍ୟ ଦ୍ଵାର ସମେତ ଅନ୍ୟ ତାଲା ମାନେ କାଟି ଚୋର ମାନେ ମନ୍ଦିରରୁ ଚୋରୀ କରିଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ ପୂଜକ ମନ୍ଦିର ପୁଜା ପାଇଁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ନ ଥିବା ସହ ଗେଟ ମେଲା ହୋଇଥିବା ଦେଖି ମନ୍ଦିର କମିଟି କୁ ଜନେଇବା ସହ ପୋଲିସକୁ ଖବର ଦେଇଥିଲେ। ମା ଦୁର୍ଗାଙ୍କ ଦୁର୍ଲଭ ରୂପା ମୁକୁଟ ସହ ଦାନବାକ୍ସ ଭାଙ୍ଗି ଚୋର ମାନେ କଳକନା ବୁଲେଇ ଥିବା ବେଳେ ଏକ ଗଡରେଜ ରୁ ମଧ୍ଯ ପାଟଶାଢ଼ୀ, ଘଣ୍ଟ ସହ କିଛି ସାମାନ ଚୋରୀ ହୋଇଥିବା ପୁଜକ କହିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ରଞ୍ଜିତ କୁମାର ସାହୁ ପହଞ୍ଚିବା ସହ ଡଗସ୍କ୍ୱାର୍ଡ ସହାୟତାରେ ଛାନଭିନ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲାରୁ ସାଇଣ୍ଟିଫିକ ଟିମ୍ ଆସୁଥିବା ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ତାଜା ଖବର
- ଚାରିପ୍ରହର ନାମଯଜ୍ଞାରେ ସବଡେଗା ପରିବେଶ ଆତ୍ମ ବିଭୋର
- ଆୟୁର୍ବେଦ କୁ ନେଇ ସବଡେଗା ରେ ସ୍ବାସ୍ଥ୍ୟ “ପ୍ରୋବେଧା” ର ନୂତନ ସୂର୍ଯ୍ୟ ଉଦୟ
- ଚଳିତ ବର୍ଷ ର ବର୍ଷା ରେ ଘର ଭାଙ୍ଗିଲା ପ୍ରଶାସନ ର ନଜର ପଡୁନି l
- ଗ୍ରାମୀଣ ବ୍ୟାଙ୍କରେ ୨ ବର୍ଷ ହେଲା କାର୍ଯ୍ୟ ବନ୍ଦ’ଦୁର୍ଦ୍ଦିନ ଅବସ୍ଥାରେ ବିସି ପରିବାର’
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହପାଳିତ
- ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ଜିଲ୍ଲାରେ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ର ଶୁଭାରମ୍ଭ
- Debate Erupts Over Non-Transfer of Assistant Professors in Government Colleges of Odisha.



