ସୁବର୍ଣ୍ଣପୁର ( ସନ୍ଧାନ ନ୍ୟୁଜ ): ଗତକାଲି ରବିବାର ରାତି ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରରୁ ଚୋରୀ ହୋଇଥିବା ଜଣାପଡିଛି। ମନ୍ଦିରର ମୁଖ୍ୟ ଦ୍ଵାର ସମେତ ଅନ୍ୟ ତାଲା ମାନେ କାଟି ଚୋର ମାନେ ମନ୍ଦିରରୁ ଚୋରୀ କରିଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ ପୂଜକ ମନ୍ଦିର ପୁଜା ପାଇଁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ନ ଥିବା ସହ ଗେଟ ମେଲା ହୋଇଥିବା ଦେଖି ମନ୍ଦିର କମିଟି କୁ ଜନେଇବା ସହ ପୋଲିସକୁ ଖବର ଦେଇଥିଲେ। ମା ଦୁର୍ଗାଙ୍କ ଦୁର୍ଲଭ ରୂପା ମୁକୁଟ ସହ ଦାନବାକ୍ସ ଭାଙ୍ଗି ଚୋର ମାନେ କଳକନା ବୁଲେଇ ଥିବା ବେଳେ ଏକ ଗଡରେଜ ରୁ ମଧ୍ଯ ପାଟଶାଢ଼ୀ, ଘଣ୍ଟ ସହ କିଛି ସାମାନ ଚୋରୀ ହୋଇଥିବା ପୁଜକ କହିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ରଞ୍ଜିତ କୁମାର ସାହୁ ପହଞ୍ଚିବା ସହ ଡଗସ୍କ୍ୱାର୍ଡ ସହାୟତାରେ ଛାନଭିନ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲାରୁ ସାଇଣ୍ଟିଫିକ ଟିମ୍ ଆସୁଥିବା ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଧର୍ମଶାଳାରେ ରାବଣରାଜ: ବିଧାୟକଙ୍କ ସମର୍ଥକଙ୍କ ଯୁବନେତା ସତୀଶ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ: ମହିଳାଙ୍କୁ ବି ଛାଡିଲେନି
- ଓଡିଶା ର ଗର୍ବ ଓ ଗୌରବ, କଣ୍ଠଶିଳ୍ପୀ ଶିଧିଷ୍ଣା ବିନ୍ଧାଣି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
- କୁଣ୍ଡି ନଦୀ ସଂସ୍କାର ଯୋଜନା ଏବେ ବାଟବଣା
- ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସରକାରୀ ଜମି ଜବରଦଖଲ ଅଭିଯୋଗ
- ୪୦୦ ଗ୍ରାମର ଉନ୍ନତିରେ ବାଧା! ରେଙ୍ଗାଲି କେନାଲ ପ୍ରକଳ୍ପକୁ ଅଟକାଇଲେ କିଛି ଦଲାଲ
- ଦର୍ଶନ ଶାସ୍ତ୍ର ବିଭାଗରେ ପିଏଚଡି ଉପାଧି ଲାଭ ନେଇ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ



