ସେସୁ କାର୍ଯ୍ୟଳୟକୁ ସୋମବାର ଅଚଳ କରିଦିଆଯିବ

Spread the love

ପୁରୀ୧୧ /୦୭ (ସନ୍ଧାନ ନିଉଜ) : ସେସୁ ମିଟର ରିଡିଂ ଓ ବିଲ୍ କଲେକ୍ସ୍ କର୍ମଚାରୀ ଦୀର୍ଘ ଦିନ ହେବ ବିଦ୍ୟୁତ୍ ବିଭାଗରେ ଠିକାକର୍ମଚାରୀ ଭାବେ କାର୍ଯ୍ୟକରି ଦରମା ପାଉନଥିବା ବେଳେ ଉକ୍ତ କର୍ମଚାରୀ ମାନଙ୍କୁ ଛଟେଇ କରିଦିଆଯାଉଛି। ଏ ସମ୍ପର୍କରେ ପ୍ରତିବାଦ କରି କର୍ମଚାରୀ ସଂଘ ପକ୍ଷରୁ ସେସୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଆରମ୍ଭ କରିଛନ୍ତି। ଏମାନଙ୍କ ଧାରଣା ତୃତୀୟ ଦିନରେ ପହଚିଂଛି ଶ୍ରମ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ ସମସ୍ତଙ୍କୁ ତୁରନ୍ତ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଅପରପକ୍ଷରେ ଠିକା କମ୍ପାନୀ ବାହାର ଲୋକମାନଙ୍କ ଠାରୁ ଅର୍ଥ ନେଇ ନିଯୁକ୍ତି ଦେବାପାଇଁ ମସୁଧା ଚଳାଇଥିବା ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଆସନ୍ତା ସୋମବାର ଦିବା ୧୦ ସମୟରେ କାର୍ଯ୍ୟାଳୟ କୁ ଘେରାଉ କରାଯିବା ସହ କାର୍ଯ୍ୟାଳୟ କୁ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଅଚଳ କରିଦିଆଯିବ ବୋଲି ସଂଘ ର କର୍ମକର୍ତା ଶ୍ରୀକାନ୍ତ ପରିଜା ଓ ନୃସିଂହ ଚରଣ ଦାସ ସୂଚନା ଦେଇଛନ୍ତି।

Related Posts

About The Author

Add Comment