ଯାଜପୁର ସଦର, ୨୨ା୦୫(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ଡକାୟତ ଘଟଣା ସେନ୍କୋ ସୁନା ଦୋକାନରେ ଡକାୟତ ହୋଇଥିବା ଘଟଣା ଏହା ମଧ୍ୟରେ ୮ଦିନ ବିତିଯାଇଥିଲେ ମଧ୍ୟ ଡକାୟତ ମାନଙ୍କର ସନ୍ଧାନ ମିଳିନଥିବା ବେଳେ, ଜନ ଅସନ୍ତୋଷ ଦେଖାଦେଇଚି । ଘଟଣାରୁ ପ୍ରକାଶ ଯେ, ସୋମବାର ଗତ ୧୫ ତାରିଖରେ ଦିନ ୧.୩୦ଘଟିକାରେ ଗ୍ରାହାକ ବେଶରେ ସଶସ୍ତ୍ର ଡକାୟତ ଆସି କୋଟି କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଦେଖିବାକୁ ମିଳିଚି । ଏନେଇ ଯାଜପୁର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ହୋଇଥିବା ବେଳେ, ଡକାୟକୁ ଧରିବା ପାଇଁ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ଘଟଣା ତଦନ୍ତ କରୁଥିବା ବେଳେ, ଜିଲ୍ଲା ପୋଲିସ ଠାରୁ ଆରମ୍ଭ କରି ଏସଡିପିଓ ସଂଜୟ ପଟ୍ଟନାୟକ, ରୋଡ଼ ଥାନା ଅଧିକାରୀ, କେନ୍ଦ୍ରାଞ୍ଚଳର ଆଇଜି ସଂଜୟ ଭଳ ଏବଂ ବହୁ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ତଦନ୍ତ କରୁଥିବା ବେଳେ, ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ଦିର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ୩ ଜଣ ଲୁଟେରାଙ୍କ ଫଟୋ ପୋଲିସ ଜାରି କରିଥିବା ବେଳେ, ବିଭିନ୍ନ ପୋଲିସ ସ୍କ୍ୟାର୍ଡ଼ ଦଳ ଗଠନ କରାଯାଇ ଚଢ଼ାଉ ଜାରି ରହିଚି । ଏହି ଡକାୟତ ଦଳଙ୍କ ମଧ୍ୟରେ ଆନ୍ତରାଜ୍ୟ ଡକାୟତ ମାନଙ୍କ ହାତଥିବା ଅନୁମାନ କରାଯାଉଚି । କୋରେଇ ଥାନାର ତେଲେଙ୍ଗା ବସ୍ତିରେ ଡକାୟତ ମାନଙ୍କର ଆଡ୍ଡା ଥିବା ସୂଚନା ମିଳିଚି । ଆନ୍ତରାଜ୍ୟ ଡକାୟତ ମାନେ ଏହି ତେଲଙ୍ଗା ବସ୍ତିକୁ ଯିବା ଆସିବା କରୁଥିବା ସୂଚନା ମିଳିଚି । ଏହା ମଧ୍ୟରେ କୋରେଇ ଥାନା ଇଲାକା ରଗଡ଼ି ଛକ ଠାରୁ ଆରମ୍ଭ କରି ଖଇରା ଛକ ଯାଏ ଯାନ ବାହାନ ଯାଞ୍ଚ କରାଯାଉଥିବା ସୂଚନା ମିଳିଚି । ରାସ୍ତାରେ ଲାଗିଥିବା ସିସିଟିଭି ପୁଟେଜକୁ ଆଧାର କରି ପୋଲିସ ତଦନ୍ତ ଚଳାଇଚି । ପୋଲଲି ସିସିଟିଭି ପୁଟେଜରୁ ୬ଜଣଙ୍କ ଫଟୋ ମିଳିଥିବା ଜଣାଯାଇଚି । ତହିଁ ମଧ୍ୟରୁ କୋରେଇ ଥାନା ଅଞ୍ଚଳର ୨ଜଣ ଡକାୟତ ରହିଥିବା ଆଲୋଚନା କରାଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ୧୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସେନକୋ ସୋରୁମରୁ ଡକାୟତ ହେବା ଘଟଣା ଦିର୍ଘ ୮ଦିନ ବିତିଯାଇଥିଲେ ସୁଦ୍ଧା ଡକାୟତ ମାନଙ୍କର କୌଣସି ସନ୍ଧାନ ପୋଲିସ ପାଖରେ ପହଁଞ୍ôଚ ପାରିନାହିଁ । ଏହା ଜିଲ୍ଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଚି ।
ସେନକୋ ସୁନା ଦୋକାନ ଡକାୟତ ଘଟଣା ପୋଲିସ ହାତବାନ୍ଧି ବସିଚି
|
May 25, 2023 |
