କୁଳିଅଣା, ୩୧/୦୭/୨୦୨୦ (ସନ୍ଧାନ ନିଉଜ) ସୂବର୍ଣ୍ଣରେଖା କେନାଲ ଭୁଶୁଡିଲା ହଜାର ହଜାର ଏକର ଜମିରେ ଜଳମଗ୍ନ ସହ ଫସଲ ଉଜୁଡିଲା ,ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ ଅନ୍ତର୍ଗତ ଗରୁମଡା ଗ୍ରାମ କୁଆମଡା ପଂଚାୟତ ନିକଟରେ ଭୁଶୁଡି ପି ୮ଟି ଗ୍ରାମର ହଜାର ହଜାର ଏକର ଏକ ଜଳମଗ୍ନ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମଦେଇ ଯାଇଥିବା ସୂବର୍ଣ୍ଣରେଖା କେନାରର ଗୋଟିଏ ପାଶ୍ୱର୍ର କିଛିଦିନ ହେଲା ପାଣି ନିର୍ଗତ ହେଉଥିବା ବେଳେ ଗ୍ରାମବାସୀ ମାନେ ଏ ବିଷୟରେ ସୂବର୍ଣ୍ଣରେଖା ଜଳପ୍ରକଳ୍ପର ଉଚ୍ଚପଦାଧିକରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କତୃପକ୍ଷଙ୍କ ପକ୍ଷରୁ ଏହାକୁ ମରାମତି ପାଇଁ କୌଣସି ପଦକ୍ଷପେ ନିଆଯାଇ ନାହିଁ । ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ଫଳରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି । କୋରନା ମାଡ ସହ ଫସଲ ଉଜୁଡିଯିବାରୁ ଚାଷିମାନେ ସର୍ବସ୍ୱ ହରାଇଛନ୍ତି, ଖବର ପାଇଁ ସୂବର୍ଣ୍ଣରେଖା ପ୍ରକଳ୍ପର ଅଧିକାରୀ ପ୍ରଭାକର ବେହେରା ଏବଁ ନିର୍ବାହୀ ପତ୍ନୀ ରମାକାନ୍ତ ମହାପାତ୍ର ସେଠାରେ ପହଂଚିଥିଲେ । ଫଳରେ ଜନସାଧାରଣ ମାନେ ସେମାନଙ୍କୁ ଘେରିଯାଇଥିଲେ ଏବଂ କ୍ଷତି ପୂରଣ ଦାବି କରିଥିଲେ । ଫଳରେ ଅଧିକାରୀ ଦୁୟ କ୍ଷତିପୂରଣ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ । କେନାଲ୍ ଭୁଷୁଡିବା ପାଇଁ ଦାୟୀ କିଏ ବୋଲି ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି ।
ସୂବର୍ଣ୍ଣରେଖା କେନାଲରେ ଘାଇ: ୮ଟି ଗ୍ରାମର ହଜାର ହଜାର ଏକର ଏକ ଜଳମଗ୍ନ; ଫସଲ ଉଜୁଡିଲା
|
July 31, 2020 |