ସୁନ୍ଦରଗଡ ତା: ୧/୧୦/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସରକାରଙ୍କ ସୂଚନାନୁସାରେ, ସୁଭଦ୍ରା ଆବେଦନ କରିଥିବା ପ୍ରଥମ ଓ କୋଟିଏ ନମ୍ବରରେ ଆବେଦନ କରିଥିବା ମହିଳାଙ୍କୁ ବିଭାଗ ପକ୍ଷରୁ ପୁରସ୍କାର ମିଳିବ । ନିଜେ ଉପମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି ।ଅକ୍ଟୋବର ୯ ତାରିଖ ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ବର୍ତ୍ତମାନ ପର୍ଯ୍ୟନ୍ତ ୯୬ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରି ସାରିଲେଣି । ସମସ୍ତଙ୍କୁ ଟଙ୍କା ମିଳିବା ନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।କେବଳ ସେତିକି ନୁହେଁ ସବୁ ଆବେଦନ ଶେଷ ପରେ ଅଯୋଗ୍ୟ ହିତାଧିକାରୀଙ୍କ ବାବଦରେ ଯାଞ୍ଚ ହେବ । ଯେଉଁ ନକଲି ଡକ୍ୟୁମେଣ୍ଟ ଦେଇ ସୁଭଦ୍ରାରେ ଆବେଦନ କରିଥିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ପୂର୍ବରୁ ସରକାର ଅଧିକ ଡିଜିଟାଲ କାରଗାର କରିଥିବା ମହିଳାଙ୍କୁ ୫୦୦ ଲେଖାଏଁ ଦେବେ ବୋଲି ଏସଓପିରେ ଜାରି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତରେ ଶ୍ରେଷ୍ଠ ୧୦୦ ମହିଳାଙ୍କୁ ଏହି ପୁରସ୍କାର ରାଶି ମିଳିବ ବୋଲି ଏସଓପିରେ ଉଲ୍ଲେଖ ଥିଲା । ଯାହା ମାଧ୍ୟମରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଉଦ୍ଦେଶ୍ୟ । ବର୍ତ୍ତମାନ ଏହି ପୁରସ୍କାର ବଣ୍ଟନ ବାବଦରେ ଶୁଣିବା ପରେ ହିତାଧିକାରୀଙ୍କ ମାହୋଲରେ ଖୁସି ଖେଳିଯାଇଛି ।
ସୁଭଦ୍ରା ହିତାଧିକାରୀ ମାନଙ୍କୁ ମିଳିବ ପୁରସ୍କାର
|
October 1, 2024 |