ସୁବାଷ ଚୌହାନଙ୍କ ଦେହାନ୍ତ , ରାଜନୀତି କ୍ଷେତ୍ରରେ ଅପୂରଣୀୟ କ୍ଷେତି

Spread the love

ଭୁବନେଶ୍ୱର, (ସନ୍ଧାନ ନିୟୁଜ): ଜୀବନ ଯୁଦ୍ଧରେ ହାରିଗଲେ ସୁବାସ ଚୌହାନ। ୧୦ ତାରିଖ (ରବିବାର), ଆଜି ସକାଳ ୩:୦୫ ସମୟରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୬୬ ମସିହାରେ ଜନ୍ମିତ ସୁବାସ ଚୌହାନଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ହୋଇଥିଲା।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ଜଣ୍ଡିସ ପରେ ତାଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର ହୋଇ ଯାଇଥିଲା। ଓଡ଼ିଶା ବାହାରେ ଯାଇ ସେ ଚିକିତ୍ସିତ ହୋଇ ଆସିଥିଲେ। ତେବେ, ଗତ ୫ ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂସେବକ ସୁବାସ ଚୌହାନ ଦୀର୍ଘ ଦିନ ହେଲା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ। ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ। ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ ଘଟି ସେ ବିଜେପି ଛାଡ଼ିଥିଲେ। ଏହାପରେ ସେ ବିଜେଡିରେ ଯୋଗଦେବା ସହ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ପରିଚିତ ଥିଲେ ସୁବାସ ଚୌହାନ। ଇଶ୍ୱର ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।

Related Posts

About The Author

Add Comment