ସୁବର୍ଣ୍ଣରେଖା କେନାଲ ଭାଙ୍ଗିବା ଘଟଣା ଯନ୍ତ୍ରୀଙ୍କୁ ନିଲମ୍ବନ, ଠିକାଦାର ଲାଇସେନ୍ସ ରଦ୍ଦ ଦାବି

Spread the love

ବାରିପଦା ୫/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୁଆବୁଡା ପଞ୍ଚାୟତ ଅନ୍ତର୍ଗତ ଗାଡ଼ି ଭଙ୍ଗା ଠାରେ ଗତ ୩୦ତାରିଖରେ ସୁବର୍ଣ୍ଣରେଖା  କେନାଲ ଭାଙ୍ଗିବା ଘଟଣାରେ ବିଭାଗୀୟ ଯନ୍ତ୍ରୀଙ୍କ ନିଲମ୍ବନ ଓ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ ପାଇଁ ମାସା ଆର୍ମି ଦାବି କରିଛି । କେନାଲ ଭାଙ୍ଗିବା ଦ୍ଵାରା ଆଖ ପାଖର ୮ଟି ଗ୍ରାମବାସୀଙ୍କ କ୍ଷେତ୍ରରେ ପାଣି ମାଡି ଯାଇ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା ଫଳରେ ଚାଷୀ ମାନେ ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀ ଭାଇ ମାନଙ୍କୁ କ୍ଷତି ପୂରଣ ନ ଦେବା ପୂର୍ବରୁ ସୁବର୍ଣ୍ଣରେଖା କେନାଲ ଡିଭିଜନ କେନାଲ କାମ ଆରମ୍ଭ କରି ଥିଲା । ଏହି ଖବର ଶୁଣି ମାସା ଆର୍ମୀ ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି କୁ ଆବୁଡା ସରପଞ୍ଚ ସିମାଲ ମୁର୍ମୁ ଏବଂ ପଞ୍ଚାୟତ ସମିତି ପି ଏସ୍ ମେମ୍ବର ଶଙ୍କର ପ୍ରସାଦ ମୁର୍ମୁ  ପ୍ରମୁଖ ସେଠାରେ ପହଞ୍ଚି ଭାଙ୍ଗିଯାଇଥିବା କେନାଲ ମରାମତି କାର୍ଯ୍ୟ କୁ ବିରୋଧ କରି ବନ୍ଦ କରାଇ ଥିଲେ । ଯେ ପର୍ଯ୍ୟନ୍ତ ଚାଷୀ ଭାଇ ମାନଙ୍କୁ କ୍ଷତି ପୂରଣ ଦିଆ ଯାଇ ନାହିଁ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ନିଲମ୍ବନ ଓ ଠିକାଦାର ର ଲାଇସେନ୍ସ କୁ ରଦ୍ଦ କରା ନ ଯାଇଛି ସେ ପର୍ଯ୍ୟନ୍ତ କେନାଲ ମରାମତି  ଦିଆ ଯିବ ନାହିଁ ବୋଲି ସୁବର୍ଣ୍ଣରେଖା କେନାଲ ଡିଭିଜନ ତଥା ବେତନଟୀ କେନାଲ ଡିଭିଜନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପାଖରେ ଦୃଢ ଦାବି କରାଯାଇଛି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରର ମଧୁ ଚନ୍ଦ୍ରିକା ଯୋଗୁଁ କେନାଲ କାମ ନିମ୍ନ ମାନର ହୋଇଥିଲା । ଯାହା ଫଳରେ ଆଜି କେନାଲ ଭାଙ୍ଗି ଚାଷୀ ଭାଇ ମାନଙ୍କର ଫସଲ ଜଳ ମଗ୍ନ ହୋଇ ନଷ୍ଟ ହୋଇଯାଇଛି । ବିଭାଗୀୟ ଯନ୍ତ୍ରୀ କୁ ନିଲମ୍ବନ ଓ ଠିକାଦାର ର ଲାଇସେନ୍ସ ରଦ୍ଦ କରା ନ ଗଲେ ମାସା ଆର୍ମୀ ପକ୍ଷରୁ ବେତନଟୀ କେନାଲ ଡିଭିଜନ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ମାସା ଆର୍ମୀ ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment