ସୁନ୍ଦରୀ ଆଇଏଏସ୍ ଅଫିସର ବି. ଚନ୍ଦ୍ରକଳା ଦୁର୍ନୀତି ଅଭିଯୋଗରେ ସିବିଆଇ ଦ୍ଵାରା ଗିରଫ

Spread the love
!ନୂଆଦିଲ୍ଲୀ, ୭/୧(ସନ୍ଧାନ ନିଉଜ) ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ବି. ଚନ୍ଦ୍ରକଳାଙ୍କୁ ଆଜି ସିବିଆଇ ଗିରଫ କରିଛି | ୨୦୧୨ରୁ ୨୦୧୭ମସିହା ମଧ୍ୟରେ ସେ ୫ଟି ଜିଲ୍ଲାର ଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରିବା ସହ ହମିରପୁର ଜିଲ୍ଲାପାଳ ଥିବା ବେଳେ ଉତ୍ତର ପ୍ରଦେଶ ସରକାରଙ୍କ ୨୦୧୨ ମସିହାର ଇ-ନିଲାମ ନିୟମ ବହିର୍ଭୂତ କାର୍ଯ୍ୟ କରି ଲଘୁ ଖଣିଜ ସମ୍ପଦ ଖଣି ବେଆଇନ ଭାବେ ଲିଜ୍ ପ୍ରଦାନ କରି ସେ ବାବଦରେ ବହୁ ଅର୍ଥ ଆହରଣରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି | ସୋସିଆଲ୍ ଗଣମାଧ୍ୟମରେ ସେ ସବୁବେଳେ ନିଜର ସୁନ୍ଦର ଫଟୋ ସବୁ ଅପଲୋଡ଼ କରି ଅପଡେଟ୍ ରହୁଥିବା କାରଣରୁ ଏବଂ ତାଙ୍କ ସୁନ୍ଦରତା ଯୋଗୁଁ ହିଁ ଇତିମଧ୍ୟରେ କେବଳ ଫେସବୁକରେ ତାଙ୍କର ଫଲୋଅର୍ ସଂଖ୍ୟା ପ୍ରାୟ ୮୬ଲକ୍ଷ ୪୦ହଜାର ସୃଷ୍ଟି ହୋଇ ପାରିଛନ୍ତି | ବୁଲନ୍ଦସର ଜିଲ୍ଲାର ଜିଲ୍ଲାପାଳ ଥିବା ସମୟରେ ଜନୈକ ଠିକାଦାର ଏକ ରାସ୍ତା ନିର୍ମାଣ ନିମ୍ନମାନର କରିଥିବା ଅଭିଯୋଗ ପାଇ ସେ ଏହି କାମର ତନଖି କରି କାର୍ଯ୍ୟସ୍ଥଳରେ ହିଁ ସମ୍ପୃକ୍ତ ଠିକାଦାର ଏବଂ ତଦାରଖ ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ତୀବ୍ର ଭର୍ସନା କରୁଥିବାର ଭିଡ଼ିଓ ସେତେବେଳେ ବ୍ୟାପକ ଭାବେ ଭାଇରାଲ୍ ହୋଇଥିଲା ଏବଂ ସେଥିପାଇଁ ସେ ସମଗ୍ର ଦେଶରେ ମଧ୍ୟ ଚର୍ଚ୍ଚିତ ହୋଇ ରାତାରାତି ସତେ ଯେମିତି ଜଣେ ସେଲିବ୍ରେଟି ପାଲଟି ଯାଇଥିଲେ | ମାତ୍ର ଏହି ଚର୍ଚ୍ଚା ହିଁ ତାଙ୍କୁ ବଡ଼ବଡ଼ିଆ ବିତ୍ତଶାଳୀ ଲୋକଙ୍କ ନିକଟତର କରାଇଥିଲା | ଫଳରେ ଦୁର୍ନୀତି ବିରୁଦ୍ଧରେ ପାଟି କରୁଥିବା ଏହି ଅଧିକାରୀ ଦୁର୍ନୀତି ଉପାୟରେ ହିଁ ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କୁ ବହୁ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ କରାଇ ଦେଇଥିଲା |

Related Posts

About The Author

Add Comment