ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମସିଏଚ ରେ ପୋଲିଓ ବୁନ୍ଦା ର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୨୮/୬/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମସିଏଚ ରେ ପୋଲିଓ ବୁନ୍ଦା ର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ଜିଲ୍ଲାରେ ପ୍ରାୟ ୧,୭୪୯୧୩ ପୋଲିଓ ଟିକା ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପାଞ୍ଚ ବର୍ଷ ରୁ କମ ଥିବା ଶିଶୁ ମାନଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୩୮୧୨ ଟି ଟିମ୍ ଗଠନ କରାଯାଇଛି ସେଥିରୁ ଜିଲ୍ଲା ସ୍ତରରେ ୧୭ ଟି ଟିମ୍ ଗଠନ କରାଯିବା ସହିତ ୩୩ ଟି ମୋବାଇଲ ୟୁନିଟ୍ ରହିଛି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବା ପାଇଁ । ଆଜି ଏହି କାର୍ଯ୍ୟକ୍ରମରେ ରେଲୱେ ଷ୍ଟେସନ , ବସଷ୍ଟେସନରେ କାର୍ଯ୍ୟକାରୀ କରାଯିବ ଓ ଆଗାମୀ ଦୁଇ ଦିନ ଧରି ପ୍ରତ୍ୟେକ ଗାଁ ଗାଁ ସାହି ଘର ଘର ବୁଲି ଏହି କାର୍ଯ୍ୟ କୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯିବ । ଏଥିରେ ପ୍ରତ୍ୟେକ ପାଞ୍ଚ ବର୍ଷ ଅନ୍ତର୍ଭୁକ୍ତ ଶିଶୁ ଙ୍କୁ ଏହି ଟିକା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ର ପ୍ରତ୍ୟେକ ଇଟା ଭାଟି ରେ କାମ କରୁଥିବା ପ୍ରତ୍ୟେକ ପରିବାରର ଶିଶୁ ସହିତ ବାହାରୁ ଆସିଥିବା ପରିବାର ର ଶିଶୁ ଙ୍କୁ ସମ୍ପୂର୍ଣ ପୋଲିଓ ଟିକା କରଣ କରାଯିବ

Related Posts

About The Author

Add Comment