ସୁନ୍ଦରଗଡ ତା:୧୬/୮/୨୦୨୬( ସନ୍ଧାନ ନ୍ୟୁଜ) ଗତକାଲି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓଡ଼ିଶାର ‘ଗ୍ରାଣ୍ଡ କ୍ୟାନିୟନ୍’ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର କାହ୍ନାକୁଣ୍ଡ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ । କାହ୍ନାକୁଣ୍ଡର ସର୍ବାଙ୍ଗୀନ ବିକାଶ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧା-ସୁଯୋଗର ବିକାଶ ନିମନ୍ତେ ୧୯ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁରି ମିଳିଛି। ଏହି ପଦକ୍ଷେପ କାହ୍ନାକୁଣ୍ଡକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ନୂତନ ପରିଚୟ ଦେବା ସହିତ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ଓ ରୋଜଗାର ସୁଯୋଗକୁ ମଧ୍ୟ ବଢ଼ାଇବ ବୋଲି ନିଜ ମତ ରଖିଥିଲେ ।ସ୍ଥାନିୟ ବିଧାୟକ ତଥା ଉପ ବାଚସ୍ପତି ଶ୍ରୀଯୁକ୍ତ ଭବାନୀଶଙ୍କର ଭୋଇ ଉପସ୍ଥିତ ରହିଥିବା ବେଳେ ସର୍ବଦା ତଳସରା ବିକାଶ କୁ ନେଇ ଲୋକଙ୍କ ସହିତ ଜଡିତ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। କାହ୍ନାକୁଣ୍ଡର ବିକାଶ ଏହି ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।
ସୁନ୍ଦରଗଡ଼ ଜିଲ୍ଲାର କାହ୍ନାକୁଣ୍ଡ ପର୍ଯ୍ୟଟନସ୍ଥଳୀ କୁ ମିଳିଲା ୧୯ କୋଟି ଅନୁଦାନ
|
August 16, 2026 |



