ସୁଙ୍ଗୁଡ଼ାରେ ଇଫ୍ତାର ପାର୍ଟି 

Spread the love
  • 4
    Shares

ଚଣ୍ଡିଖୋଲ, ୧୪/୦୬ (ସନ୍ଧାନ ନିୟୁଜ) ଓଡ଼ିଶାରେ ଗଣପର୍ବ ରଜ ଓ ମୁସଲମାନ ସଂମ୍ପ୍ରଦାୟର ପବିତ୍ର ରମଜାନ ମାସ ଅବସରରେ ଆଜି ସୁଙ୍ଗୁଡ଼ା ସ୍ଥିତ ଦିବାକର ନୋଡ଼ାଲ ସ୍କୁଲ ପରିସରରେ ଏକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁଙ୍ଗୁଡ଼ା ସରପଞ୍ଚ ଶ୍ରୀମତୀ ·ଚାଲିନ୍ ସ୍ୱାଇଁ ଯୋଗ ଦେଇ ଇଶ୍ୱର ଓ ଆଲ୍ଲା ଏକ ଓ ଅଭିନ୍ନ । ଏମାନଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେଲେ ଜୀବନ ଧ୍ୟନ୍ୟ ହେବା ସହିତ ସୁଖ ସମୃଦ୍ଧି ଓ ଭାଇଚାରା ବୃଦ୍ଧି ହେବା ସହିତ ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦ୍ ମୁବାରକ୍ ଜଣାଇଥିଲେ । ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଲ୍ଲିମଙ୍ଗଳ ସେବା ସମବାୟ ସମିତିର ଅଧ୍ୟକ୍ଷ ସଂଜୟ ସ୍ୱାଇଁ, ଜମିରା ରାଜ୍, ସମିମା ବିବି, ସୟିଦା ବିବି, ଇଶରତ୍ ବିବି, ମଧୁସ୍ମିତା ବିଶ୍ୱାଳ, ହମସେରା ବିବି, ମହମ୍ମଦ ମୁନସର, ବସ୍ତିର ସର୍ଦ୍ଦାର ସେକ୍ ସବିରୁଦ୍ଧିନ୍, ସୁକାନ୍ତି ରଣା, କଳ୍ପନା ବାରିକ୍ ପ୍ରମୁଖ ଯୋଗଦେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭାଇଚାର ବୃଦ୍ଧି ପାଇଁ ଆମେ ସମସ୍ତେ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ମୁଖ୍ୟ ଅତିଥି ରୋଜା ରଖିଥିବା ଶର୍ଦ୍ଧାଳୁମାନଙ୍କୁ ଫଳ ଓ ସରବତ୍ ପିଆଇ ରୋଜା ଭଙ୍ଗ କରିଥିଲେ । ଏଥିରେ ଶତାଧିକ ମୁସଲମାନ ଭାଇ, ଭଉଣୀ ଯୋଗ ଦେଇଥିଲେ ।

  • 4
    Shares

Related Posts

About The Author

Add Comment