ସିବିଆଇରେ ଅନ୍ତର୍ଦ୍ୱନ୍ଦ୍ୱ; ଥମିବା ପରିବର୍ତ୍ତେ ଅଧିକ ଘନେଇଲା

Spread the love

ନୂଆଦିଲ୍ଲୀ,  ୧୦/୧ (ସନ୍ଧାନ ନିୟୁଜ): କେନ୍ଦ୍ର ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ ଛୁଟିରେ ପଠା ଯାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସୁପ୍ରିମ୍‌ କୋର୍ଟ ଗତ ମଙ୍ଗଳବାର ପୁଣି ଥରେ ତାଙ୍କ ପଦବୀରେ ଅବସ୍ଥାପିତ କରାଇବା ପରେ ସିବିଆଇରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଥମିବା ପରିବର୍ତ୍ତେ ଅଧିକ ଘନେଇଛି।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗତ ମଙ୍ଗଳବାର ଦିନ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ତାଙ୍କ ପଦବୀରେ ଅବସ୍ଥାପିତ କରାଇବା ସହ ନିର୍ଦ୍ଦେଶକ ଆଲୋକ ବର୍ମା ସଂସ୍ଥାର କୌଣସି ପ୍ରକାର ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ପରେ ଦୀର୍ଘ ୭୭ ଦିନର ବ୍ୟବଧାନ ପରେ ଆଲୋକ ବର୍ମା ବୁଧବାର ଦିନ ସିବିଆଇ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ତେବେ, ଆଲୋକ ବର୍ମା କାର୍ଯ୍ୟଭାର ଗ୍ରହଣ କରୁକରୁ ତାଙ୍କ ଅନୁପସ୍ଥିତିରେ ସଂସ୍ଥାର ଅନ୍ତରୀଣ ନିର୍ଦ୍ଦେଶକ ଥିବା ଏମ୍‌ ନାଗେଶ୍ୱର ରାଓ ଯେଉଁ ସମସ୍ତ ବଦଳି ନିର୍ଦ୍ଦେଶ ଦେଇଥିଲେ, ସେସବୁ ସର୍ବପ୍ରଥମେ ଖାରଜ କରି ଦେଇଥିଲେ।

ତେବେ, ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିରେ ସଂପୃକ୍ତ ଥାଇ କାର୍ଯ୍ୟରୁ ନିଲମ୍ବିତ ହୋଇ ଗିରଫ ହୋଇଥିବା ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାର ଆଜି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ କରିଛନ୍ତି।

Related Posts

About The Author

Add Comment