ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚନ୍ଦନ ଯାତ୍ରା ଏବଂ ରଥ ଅନୁକୂଳ

Spread the love
ଯାଜପୁର,୨୫/୦୪ (ସନ୍ଧାନ ନିଉଜ) ଧର୍ମଶାଳା ଅଂଚଳର ପାଟପୁର ସ୍ଥିତ ଶ୍ରୀ  ସିଦ୍ଧ ବଳଦେବଜୀଉ  ମନ୍ଦିର  ରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଉତ୍ସବ  ଏବଂ ରଥ ଅନୁକୂଳ ନୀତି ଅତ୍ୟନ୍ତ ନିରାଡ଼ମ୍ବର ଭାବେ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଚଳିତ ଲକଡାଉନକୁ  ଦୃଷ୍ଟିରେ ରଖି  ଚନ୍ଦନ ଯାତ୍ରାର ଏକୋଇଶି ଦିନର ସମସ୍ତ ନୀତିକ୍ରାନ୍ତି ମନ୍ଦୀର ପରିସର ମଧ୍ୟରେ ଏବଂ ମାତ୍ର ଜଣେ ପୂଜାରୀଙ୍କ ଦ୍ୱାରା ସମ୍ପର୍ଣ୍ଣ ହେବ ବୋଲି ଜଣାପଡିଛି | କିନ୍ତୁ ଚୂଡାନ୍ତ ରଥଯାତ୍ରାକୁ ନେଇକି ଅଦ୍ୟାବଧି କଳ୍ପନା ଜଳ୍ପନା ଲାଗିରହିଛି ଏବଂ ସାମ୍ପ୍ରତିକ ପରିସ୍ଥିତି ଉପରେ ରଥଯାତ୍ରା ଉତ୍ସବ ନିର୍ଭର କରେ ବୋଲି ରଥଯାତ୍ରା କମିଟି ତରଫରୁ ପ୍ରକାଶ |
ଏଠାରେ ପ୍ରକାଶଥାଉକି ପବିତ୍ର ଅକ୍ଷୟ ତୃତୀୟା ତିଥି ରୁ  ଆରମ୍ଭ  ହୋଇ  ଏକୋଇଶି ଦିନ ବ୍ୟାପି  ପ୍ରତି ବର୍ଷ  ଏହି ଉତ୍ସବ ମହା ଆନନ୍ଦପୁର୍ଣ  ବାତାବରଣ ରେ  ପାଳିତ ହୋଇଥାଏ  | ଶ୍ରୀ ମଦନ ମୋହନ ଜୀଉ,ଶ୍ରୀ ରାମକୃଷ୍ଣ, ମା ରାଧା ରାଣୀ, ମା ଲଷ୍ମୀ ଏବଂ ମା ସରସ୍ବତୀ  ପ୍ରଭୃତି ଦେବା ଦେବୀ ମାନଙ୍କୁ ସୁସଜ୍ଜିତ ଵିଭାନରେ ବଳଦେବଜୀଉ ମନ୍ଦିର ରୁ  ଶୋଭାଯାତ୍ରା ରେ ଚନ୍ଦନ ପୋଖରୀ କୁ ନିଆଯାଇଥାଏ  |
ପୂଜାର୍ଚନା ସମୟରେ ସିଦ୍ଧ ବଳଦେବଜୀଉ ମନ୍ଦୀର ର ଟ୍ରଷ୍ଟି  ବିନୋଦ କୁମାର ଦାଶ ଏବଂ ମନ୍ଦିରର ସ୍ଥାୟୀ ପୂଜାରୀ ଧୀରେନ୍ଦ୍ର ଶତପଥୀ  ଙ୍କ ତତ୍ୱାବଧାନରେ  ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରାଯାଇଥିଲା | ରଥଯାତ୍ରା କମିଟି ତରଫରୁ ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଧର୍ମଶାଳା ଥାନା ଅଧିକାରୀ ଶ୍ରୀ ସରୋଜ କୁମାର ସାହୁଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ହୃଦୟଭରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା  |

Related Posts

About The Author

Add Comment