ନୁଆଦିଲ୍ଲୀ, ଡିସେମ୍ବର ୯(ଖବର ଓଡ଼ିଶା): ଗତକାଲି ତାମିଲନାଡୁ ହେଲିକାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସଶସ୍ତ୍ର ବାହିନୀର ସୈନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ରକ୍ଷାମନ୍ତ୍ରୀ,ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସିଡିଏସ୍ ରାୱତ ଏବଂ ଅନ୍ୟ ସଶସ୍ତ୍ର ବାହିନୀର ମୃତକଙ୍କ ମୃତଦେହ ପ୍ରାୟ ୮ ଟା ସମୟରେ ଦିଲ୍ଲୀରେ ପହଞ୍ଚିଥିଲା । ସାମରିକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ଏହାପୂର୍ବରୁ ଆଜି ରାଜନାଥ ସିଂ ହେଲିକାପ୍ଟର ଦୁର୍ଘଟଣାରେ ସମ୍ପର୍କରେ ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ରାୱତଙ୍କୁ ସମ୍ପୂର୍ଣ୍ଣ ସାମରିକ ସମ୍ମାନରେ ଶବଦାହ କରାଯିବ। ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ବାୟୁସେନା ଦ୍ୱାରା ଏକ ତ୍ରି-ସେବା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସ୍ୱାଧୀନତା ଦିବସରେ ଶୌର୍ଯ୍ୟ ଚକ୍ରରେ ସମ୍ନାନିତ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
|
December 10, 2021 |