ସିଂହାପୁର ଯାତ୍ରାର ଦ୍ୱିତୀୟ ଦିବସ: ପ୍ରଭୂ ନାରାୟଣ ଗୋସାଇଁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ

Spread the love

ରସୁଲପୁର,୧୫/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅଂଚଳର ଐତିହାସିକ ସିଂହାପରୁ ଯାତ୍ରାର ଦ୍ୱିତୀୟ ଦିବସରେ ପ୍ରଭୂ ନାରାୟଣ ଗୋସାଇଁ ଭକ୍ତଙ୍କୁ ନାନା ବେଶରେ ଦର୍ଶନ ଦେଇଛନ୍ତି । ପ୍ରଭୂଙ୍କ ନାନା ବେଶଭୂଷା ଓ ଆଭୂଷଣକୁ ଦର୍ଶନ କରି ଭକ୍ତଗଣ ବିମୋହିତ ହୋଇ ଉଠିଛନ୍ତି । ଆଜି ପ୍ରଭୂଙ୍କୁ ୪ଟି ବେଶରେ ଭୂଷିତ କରାଯାଇଛି । ଏଥି ପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ରାଜ ପୁରୋହିତମାନେ ଠାକୁରଙ୍କୁ ନାନା ବେଶରେ ସଜ୍ଜାଇବା ସକାଶେ ନିୟୋଜିତ ହୋଇଥିôଲେ । ପ୍ରତୁ୍ୟଷରେ ପ୍ରଭୂ ନାରାୟଣ ଗୋସାଇଁଙ୍କୁ ନୃସିଂହ ଅବତାରେ ସଜାଯାଇଥିଲା । ସକାଳ ଧୂପ ସମୟରେ ପ୍ରଭୂଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଜମିଥିଲା । ପ୍ରଭୂ ମଧ୍ୟାହ୍ନରର ବାମନ ବେଶ, ସଂଧ୍ୟାରେ ଗଜ ଉଦ୍ଧାରଣ, ରାତିରେ ପର୍ଶୁରାମ ବେଶରେ ଆଭୂଷିତ କରାଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପାଗର ଅନୁକୂଳ ଯୋଗୁଁ ସଂଧ୍ୟା ସମୟରେ ଶ୍ରଦ୍ଧାଳୁଙ୍କ ବିଶେଷ ଭିଡ ଜମିଥିଲା । ରାଜ୍ୟ ସଂସ୍କୃତିକ ବିଭାଗ ପକ୍ଷରୁ କଳା ସଂସ୍କୃତିକୁ ନେଇ ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ନେଇ ପ୍ରିତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts

About The Author

Add Comment