ସିଂହାପୁର: ବୌଦ୍ଧକ୍ଷେତ୍ରରୁ ନାରାୟଣ କ୍ଷେତ୍ର (ଆପଣ ଜାଣି ନଥିବା ତଥ୍ୟ ଏବଂ ରୋଚକ କଥା)
ସିଂହାପୁର: ବୌଦ୍ଧକ୍ଷେତ୍ରରୁ ନାରାୟଣ କ୍ଷେତ୍ର (ଆପଣ ଜାଣି ନଥିବା ତଥ୍ୟ ଏବଂ ରୋଚକ କଥା)
Sandhan News |
April 16, 2025 |

ମାନସ କୁମାର ରାଉତ, ଗବେଷକ ଧର୍ମଶାଳା, ଯାଜପୁର
ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧକ୍ଷେତ୍ର ହେଉଛି ରସୁଲପୁର ବ୍ଲକ ତଥା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂହାପୁର। ଏହି କ୍ଷେତ୍ରର ମହାତ୍ମା ହେଉଛି ନାରାୟଣ। ଯାହାଙ୍କ ମନ୍ଦିରତ ରହିଛି ହେଲେ ବର୍ଷରେ ମାତ୍ର ୩ଦିନ ଉକ୍ତ ମନ୍ଦିରରେ ପ୍ରଭୁ ନାରାୟଣ ପୁଜା ପାଆନ୍ତି। ବର୍ଷସାରା ପଭୁ ନିକଟସ୍ଥ ପୁଷ୍କରଣୀ ଭିତରରେ ରହି ପୂଜା ପାଉଥିବା ବେଳେ ମନ୍ଦିରରେ ପଭୃଙ୍କ ଫଟୋ ପୂଜା ହୋଇଥାଏ। ମାତ୍ର ଉକ୍ତ କ୍ଷେତ୍ରର ମହିଳା ତଥା ଏହି ତିନିଦିନରେ ପଭୃଙ୍କ ବିଭିନ୍ନ ବେଷରେ ଦର୍ଶନ ଲାଗି ଭକ୍ତମାନେ ଭିଡ ଲଗାଇଥାନ୍ତି। କିନ୍ତୁ ଏହି କ୍ଷେତ୍ର ନାରାୟଣ କ୍ଷେତ୍ର ହେବା ପୂର୍ବରୁ ବୌଦ୍ଧମାନଙ୍କ କ୍ଷେତ୍ର ରହିଥିଲା। ଯାଜପୁର ଜିଲ୍ଲାରେ ଖୀଷ୍ଟପୂର୍ବ ୧୦ମ ଶତାଦ୍ଧୀରୁ ବୌଦ୍ଧ ମାନେ ଉତ୍କଳର ରାଜା ଭୌମକରଙ୍କ ପୃଷ୍ଟପୋଷକତା ଲାଭ କରିବା ପରେ ମହାଯାନ, ବଜ୍ରଜାନ ମହାଧାରା ଶାଖାର ବିକଶିତ ହୋବକୁ ଲାଗିଥିଲା। ଫଳରେ ବୌଦ୍ଧମାନେ ଯାଜପୁର ଜିଲ୍ଲାରେ ଅନେକ ସ୍ଥାନରେ ବୌଦ୍ଧଦେବା ଦେବୀଙ୍କୁ ପତିଷ୍ଟତି କରାଇବା ସହିତ ଆରାଧାନା କରିବା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୌଦ୍ଧ କ୍ଷେତ୍ର ସୃଷ୍ଟି ହୋଇଥିଲା। ସିଂହାପୁର ଏବଂ ଏହାର ଆଖପାଖ ଗ୍ରାମ ମାନଙ୍କରେ ବୌଦ୍ଧ ମାନଙ୍କର ମଅତ୍ତି, ଦାନ ସୃପ ଆବିଷ୍କୃତ ହେବା ଫଳରେ ଏହି ଅଂଚଳରେ ବୌଦ୍ଧକ୍ଷେତ୍ର ରହିଥିଲା ତାହା ଜଣାପଡିଥିଲା। କିମ୍ଭା ଏହି ଅଂଚଳରେ ଅଧିକାଂଶ ବୌଦ୍ଧଧମୀୟ ଉପସନାର ଏବଂ ବିଶ୍ୱାସ ଅନୁଗାମୀ ରହିଥିଲେ ବୋଲି ଗବେଷକ ମାନେ ଦୃଢ଼ୀଭୂତ ହୋଇଥିଲେ। ଏହା ପରେ ସୌମବଂଶୀ ଶିବଙ୍କ ପୃଷ୍ଟପୋଷକତା କରିଥିବା ବେଳେ ଗଙ୍ଗମାନେ ନାରାୟଣଙ୍କ ପୃଷ୍ଟପୋଷକତା କରିଥିଲେ। ଏବଂ ଏହି ସମୟରେ ଏଠାରେ ଉକ୍ତ ପ୍ରତିମା ଗଡିକକୁ ହିନ୍ଦୁ ଦେବା ଦେବୀଙ୍କ ବଭିନ୍ନ ନାମକଣଣ କରାଯାଇ ବିଭିନ୍ନ ଗ୍ରାମରେ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି। ଏବଂ ବୌଦ୍ଧମାନଙ୍କ ଦାବସ୍ତୁପ ଗଡିକକୁ ମଧ୍ୟ ନାରାୟଣ ମତବାଦ ସହିତ ଜଡିତ କରାଯିବା ସହିତ ଏଥିରୁ ବୌଦ୍ଧଦେବା ଦେବୀଙ୍କୁ ଭାଙ୍ଗି ସେଥିରେ ନାରାୟଣଙ୍କ ମୂତ୍ତି ସ୍ୱରୁପକୁ ପୁରାଯାଇଛି। ଫଳରେ ନାରାୟଣ କ୍ଷେତ୍ର ପୂର୍ବରୁ ବୌଦ୍ଧକ୍ଷେତ୍ର ଥିବା ଏହି କ୍ଷେତ୍ର ନାରାୟଣ କ୍ଷେତ୍ର ଭାବେ ପରିଚିତ ହୋଇପାରିଥିଲା। ଖାଲି ଏଠାରେ ନାରାୟଣ ନୁହେଁ ବରଂ ନାରୟଣୀ ମଧ୍ୟ ପୂଜା ପାଇଆସୁଥିଲେ। ହେଲେ କଳାପାହାଡ ଅକ୍ରମଣ କରୁଥିବା ଡରରେ ନାରାୟଣଙ୍କୁ ନିକଠସ୍ଥ ମଧୁତୀର୍ଥ ପୁଷ୍କରଣୀ ଏବଂ ନାରୟଣୀଙ୍କୁ ସୂଦୁର ଧର୍ମଶାଳା ବ୍ଲକ ଦେଓଦାର ସ୍ଥାନାନ୍ତର କରାଯାଇଥିଲା। ହେଲେ କଳାପାହାଡ ଅକ୍ରମଣରୁ ବର୍ତ୍ତିବା ଫାଇ ନାରାୟଣ ଆଉ ବର୍ଷସାରା ଜଳରୁ ଆସିବା ପାଇଁ ଅନିଛା ପ୍ରକାଶ କରିବା ସହିତ ଜଳରେ ପୂଜା ହେବା ପାଇଁ ସ୍ୱାଳ୍ନାଦେଶ ଦେବା ପରେ ସେବେଠାରୁ ନାରାୟଣଙ୍କୁ ଜଳରେ ପୂଜା କରାଯାଇଆସୁଛି। ଏବଂ ଦେଓଦାରେ ଅନ୍ୟଏକ ମନ୍ଦିର ନିର୍ମାଣ କରାଯାଇ ସେଠାରେ ନାରାୟଣୀଙ୍କୁ ପୂଜା କରାଯାଉଛି। ତେବେ ପଣାସଯକ୍ରାନ୍ତୀ ଦିନଠାରୁ ମହାପଭୃ ନାରାୟଣଙ୍କ ତିନିଦିବସୀୟ ପୂଜାଚ୍ଚନା ଜିଲ୍ଲାନୁହେଁ ବରଂ ସାରା ଓଡିଶାରେ ଅଦୃତ ଲାଭ କରିପାରିଛି।
Related Posts
About The Author