ସାରସ୍ୱତ ସେବକ ସଂଘର ସେବା କାର୍ଯ୍ୟକ୍ରମ

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୧୮/୦୯(ସନ୍ଧାନ ନିୟୁଜ/ଗୋପିନାଥ ଦାସ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବନ୍ଧଡିହ ଗ୍ରାମରେ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରତିଷ୍ଠିତ ଆସାମ ବଙ୍ଗିୟ ସାରସ୍ୱତ ମଠ କୋକିଳାମୁଖ ଅନ୍ତର୍ଗତ ସାରସ୍ୱତ ସେବକ ସଂଘ ଉକ୍ରଳ ବିଭାଗ ତରଫରୁ ଏକ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲେ । ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ‘ସେବା ସହାୟତେ ତିତ୍ତ ସୁଦ୍ଧି’ କୁ ଅନ୍ତର ମଧ୍ୟରେ ଆଧାର କରି କଯାଜପୁର ଜିଲ୍ଲାର ସେବକ ଭାଈମାନେ ଭୟଙ୍କର ବନ୍ୟାବିପନ୍ନ ଗ୍ରାମବାସୀଙ୍କୁ ଗ୍ରୋସରୀ ପ୍ୟାକେଟ୍ ବଣ୍ଟନ କରିଥିଲେ । ଏଥିରେ ଅନ୍ୱୁନ ଏକଶତ ପରିବାର ଉପକୃତ ହୋଇଛନ୍ତି । ଗ୍ରାମବାସୀଙ୍କ ଅକୁଣ୍ଠିତ ସାହାଯ୍ୟ ଓ ଜିଲ୍ଲା ସଦସ୍ୟ ଆଲୋକ ଭାଈ ଓ ଉତ୍ତମ ଭାଈ ସେବକ ସଂଘର କର୍ମକତ୍ତା ବାପି ଭାଈଙ୍କ ଉପସ୍ଥିତିରେ ଅନ୍ୟାନ୍ୟ ସଂଘ ସେବୀ ଭାଈ ଯଥା ବିଜୟ ଭାଈ, ପ୍ରଭାକର ଭାଈ, ଉପେନ୍ଦ୍ର ଭାଈ, ବସନ୍ତ ଭାଈ, କାର୍ଯ୍ୟକ୍ରମକୁ ସୁଚାରୁପେ ଆଗେଇ ନେଇଥିଲେ । ଏହି ସେବାକାର୍ଯ୍ୟ ଆସାମ ବଙ୍ଗିୟ ସାରସ୍ୱତ ମଠର ପୂଜ୍ୟପାଦ ମହନ୍ତ ଶ୍ରୀମଦ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ସାହାଯ୍ୟ ଓ ସହାନୁଭୁତିରେ ସମାପନ ହୋଇଥିଲା । ଉକ୍ରଳ ବିଭାଗ ସେବକ ସଂଘର ସଂପାଦକ ମୁନା ଭାଈଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା ।

Related Posts

About The Author

Add Comment