ରାଉରେକେଲା, ୦୮/୦୧/୨୧ (ସନ୍ଧାନ ନିଉଜ) : ଆଜି ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସାରନଗରୀ ଗସ୍ତରେ ଆସିଥିଲେ । ସ୍ଥାନୀୟ ଫ୍ରେଣ୍ଡସ୍ କ୍ଲବ ପରିସରରେ ବିଜେପିର ବରିଷ୍ଠ ନେତା ରାଜ କିଶୋର ଭଂଜଙ୍କ ନେତୃତ୍ୱରେ ବିଜେପି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ଶତାଧିକ ଯୁବକ ବିଜେପିରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ । ନବାଗତ କର୍ମୀମାନଙ୍କୁ ଶ୍ରୀଓରାମ ପୁଷ୍ପଗୁଛ ଦେଇ ସ୍ୱାଗତ ପ୍ରଦାନ କରିବା ସହିତ ଦଳର ନୀତି ଆଦର୍ଶକୁ ପାଥେୟ କରି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ଜଗବନ୍ଧୁ ବେହେରା,ଏସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୁର୍ଗା ତନ୍ତୀ,ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ ଦାସ,ବିଜେପି ବରିଷ୍ଠ କାର୍ଯ୍ୟକର୍ତା ମୁରଲୀ ଧର ଗୌଡ଼,ବରିଷ୍ଠ କାର୍ଯ୍ୟକର୍ତା ଦୋଳ ଗୋବିନ୍ଦ ଦାଶ,ପ୍ରଶାନ୍ତ ସ୍ୱାଇଁ,ନିର୍ମଳ ଘଡ଼େଇ,ଏମ୍.ଡ଼ି ଆଜାଦ, ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହରିହର ବେହେରା ମଂଚ ପରିଚାଳନା କରିଥିବାବେଳେ ଶେଷରେ ମୁରଲୀଧର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲୋ
ସାରନଗରୀରେ ବିଜେପିର ମିଶ୍ରଣ ପର୍ବ
|
January 8, 2021 |
