ଯାଜପୁର ସଦର, ୨୧ା୦୩: ଯାଜପୁର ଜିଲ୍ଲାରେ ୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଓୟୁଜେର ସାମ୍ବାଦିକ ମାନେ କଳାବ୍ୟାଚ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଶରରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଏବଂ ପେନସନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଅଣଦେଖା କରିଥିବାରୁ ଏନେଇ ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକ ୟୁନିଟ ସ୍ଥରରେ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ କଳାବ୍ୟାଚ ପରିଧାନ କରି ସରକାର ତୁମେ ଆମର ଦାବି ପେନସନ ଏବଂ ସାମ୍ବାଦିକ ସୁରକ୍ଷା ଦେବାଲାଗି ଧାରଣା ଦେବା ସହିତ ପ୍ରଶାସନ ଅଧିକାରୀ ମାନଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦଦାନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ଓୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ କଳାବ୍ୟାଚ ପିନ୍ଧି ଏହାର ପ୍ରତିବା କରିବା ସହିତ ସାମ୍ବାଦିକ ମାନଙ୍କ ୨ଟି ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ଥ ଦାବିକୁ ପୂରଣ କରୁଥିବା ବେଳେ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପେନସନ ଏବଂ ସୁରକ୍ଷା ଦେବାଲାଗି ସେମାନଙ୍କର ଦାବି ରହିଥିଲା । ଦିର୍ଘଦିନ ହେଲା ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିବାଦ କରୁଥିବାରୁ ଏହାକୁ ଅଣଦେଖା କରାଯାଉଥିବା ସହିତ କର୍ଣ୍ଣପାତ କରୁନଥିବା ପ୍ରତିବାଦ ସଭାରେ ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଓଡ଼ିଶା ସାମ୍ବାଦିକ ୟୁନିୟନର ଉପ ସଭାପତି ରାଜିବ ମହାନ୍ତି ସଂଗଠନର ସମ୍ପାଦକ ତପନ ମହାନ୍ତି, ଦିଲିପ କୁମାର ଦାସ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅଜୟ ରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଜା ପ୍ରସାଦ ପାଣି, ଉପସଭାପତି ପରମେଶ୍ୱର ବେଉରିଆ, ସମର ବିଜୟ ଶରଣ, ଅଜୟ ରାଉଳ, ଅନିଲ ପଣ୍ଡା, ଅକ୍ଷୟ ବିଶ୍ୱାଳ, ବିଶ୍ୱଜିତ ରଣା, ଶିଶିର ମାଧାତା, ମହେଶ୍ୱର ସାହୁ, ସୁରେନ୍ଦ୍ର ସାମଲ, ମାନସ ତ୍ରିପାଠୀ, ଦେବେନ୍ଦ୍ର ପାଢ଼ୀ, ଶକ୍ତି ସୌରଭ ମହାପାତ୍ର, ସନ୍ତୋଷ ପଣ୍ଡା, ଆଦିତ୍ୟ ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ, ବିଭୁତି ଭୂଷଣ ଖଣ୍ଡେଇ, ଗୋପିନାଥ ଦାଶ, ମଧୁସ୍ମିତା ଦାଶ, ସଂଜିବ ନାୟକ, ସରୋଜ କାହାଳ, ସମର୍ଜିତ ମହାନ୍ତି ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହେବା ସହିତ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକଙ୍କୁ ଦାବିପତ୍ର ସାମ୍ବାଦିକ ମାନେ ପ୍ରଦାନ କରିଥିଲେ ।
ସାମ୍ବାଦିକ ମାନଙ୍କ ପେନସନ ଏବଂ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ
|
March 22, 2024 |