ସାମ୍ବାଦିକଙ୍କମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା: ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ଯାଜପୁର ଜିଲ୍ଳାରେ ବହୁ ସାମ୍ବାଦିକ ବାଦ୍, ତୀବ୍ର ଅସନ୍ତୋଷ

Spread the love

ଯାଜପୁର, ୩/୬(ସନ୍ଧାନ ନିୟୁଜ୍/ମାନସ ରାଉତ)- କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି ସେହି ସୁବିଧା ସୁଯୋଗ ପାଇବା ପାଇଁ ଯାଜପୁର ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା ତାଲିକାରେ ବ୍ୟାପକ ତ୍ରୁଟି ବିତୁ୍ୟତି ଓ ଅସଙ୍ଗତି ହୋଇଥିବାରୁ ବହୁ ବରିଷ୍ଠ ସାମ୍ବାଦିକମାନେ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି । ଫଲରେ ଜିଲ୍ଲାର ସାମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସଦ୍ୟ ପ୍ରକାଶ ପାଇଥିବା ବିମା ତାଲିକାରେ ଦୀର୍ଘ ଦିନ ହେଲା କାର୍ଯ୍ୟକରୁଥିବା ଓ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱବେସାଇଟ୍ରେ ପ୍ରକାଶିତ ତାଲିକାରେ ଥିବା ସାମ୍ବାଦିକମାନଙ୍କ ନାମ ନାହିଁ । ଜିଲ୍ଲା କର୍ତ୍ତୁପକ୍ଷ ପୂର୍ବରୁ ଯେଉଁ ତାଲିକା ପ୍ରସ୍ତୁତ କରିଥ୍ôଲେ, ତାହା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଦଶାଳୟରେ ଉପଲବ୍ଧ ରହିଛି । ଯେଉଁ ତାଲିକା ରହିଛି ସେଥିରେ ବାଦ ପଡିଥିବା ସାମ୍ବାଦିକ ମାନଙ୍କୁ ନୂତନ ଭାବେ ଯୋଗ କରିବା ପାଇଁ ସରକାର ନତଦେ୍ର୍ଧଶ ଦେଇଥିବା ବେଳେ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ବ ତାଲିକାରେ ତଳେ ନୂଆ ନାମକୁ ଯୋଗ ନକରି ତାଲିକାର ପ୍ରଥମରୁ ନୂଆ ନାମ ଗୁଡିକୁ ଦେଇଥିବାରୁ ତାହା ଅସଙ୍ଗତି ସୃଷ୍ଟି କରିବା ସହ ବିବାଦୀୟ ହୋଇପଡିଛି । ମାତ୍ର ଯାଜପୁର ଜିଲ୍ଳା ପ୍ରଶାସନ ବିଶେଷ କରି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି ନିଦେ୍ର୍ଦଶକୁ ଅବମାନନା କରି ଅତି ଦାୟିତ୍ୱହୀନ ଭାବେ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ତାଲିକାରେ ସାଙ୍ଗାତିକ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି । ଗୋଟିଏ ଗୋଟିଏ ପରିବାରରୁ ତିନି ଜଣ ସାମ୍ବାଦିକ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ସୁଯୋଗ ମିଳିଥିବା ବେଳେ କେତେକ ଅଣସାମ୍ବାଦିକଙ୍କ ନାମ ଏହି ତାଲିକାରେ ରହିଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ ଗତ୧୦ବର୍ଷ ପୂର୍ବରୁ ନିଜ ନିଜର କାର୍ଯର୍୍ୟଳୟରୁ ଉପଯୁକ୍ତ ପ୍ରମାଣପତ୍ର ଆଣି ଜିଲ୍ଲା ଓ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସାମ୍ବାଦିକ ମାନଙ୍କର ନାମକୁ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅତି ହେୟ ଭାବେ ବିବେଚନା କରିଥିବା ଏହି ତାଲିକାରେ ଦେଖିବାକୁ ମିଳିଛି । ଯେଉଁ ତାଲିକାଟି ଯାଜପୁର ଜିଲ୍ଲା ସପକ୍ଷରେ ପ୍ରକାଶ ପାଇଛି ତାହାକୁ ଦେଖିଲେ ସାଧାରଣରେ ସାମ୍ବାଦିକମାନଙ୍କ ମର୍ଯ୍ୟଦା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଥିବା ଚର୍ଚ୍ଚା ହେଉଛି । ଏଥି ପ୍ରତି ଉଚ୍ଚ କତ୍ତୃପକ୍ଷ ତଦନ୍ତ କରିବା ସଙ୍ଗେ ସଙ୍ଗେ ତଦନ୍ତ କରି ସମ୍ପୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ବାକି ପଡିଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତଭୁକ୍ତ କରିବାକ ସାମ୍ବାଦିକ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment