ଯାଜପୁର ସଦର, ୨୪ା୧୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗ ସାମନ୍ତାରାପୁର ପଂଚାୟତ ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ପୂର୍ବତନ ସରପଂଚ ଅଭିମନ୍ୟୁ ମହାଳିକଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଅସନ୍ତୋଷ ଏହି ପଂଚାୟତରେ ଦେଖିବାକୁ ମିଳିଥିଲା । ବିଜୁ ଜନତା ଦଳର କର୍ମିମାନେ ଅସନ୍ତୋଷ ହୋଇଥିବା ବେଳେ, ସାମନ୍ତରାପୁର ପଂଚାୟତର ବିଜେଡ଼ି ଗାଦିକୁ ସମ୍ଭାଳିବା ବଡ଼ ଚିନ୍ତାର ବିଷୟ ଏହା ଦେଖିବାକୁ ବାକି ରହିଲା । ବିଜୁ ଜନତା ଦଳର କର୍ମି ହୋଇଥିବା ବେଳେ, ଆଜିର ଏହି ବନ୍ଧୁମିଳନ ଉତ୍ସବ ଅବସରରେ ସତାଧିକ କର୍ମି ଯୋଗଦାନ କରିଥିବା ବେଳେ, ପୂର୍ବତନ ବିଜୁ ଜନତା ଦଳର ସଭାପତି ସେକ ସଫିକ ଉଦ୍ଦିନ(ଟାଲି) ଜନସାଧଅରଣ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ ହୋଇଥିବା ବିଜୁ ଜନତା ଦଳକୁ ଉଚ୍ଚ ପ୍ରଶଂସା କରିଥିଲେ । ପୂର୍ବତନ ସରପଂଚ ଅଭିମନ୍ୟୁ ମହାଳିକ ନେତୃତ୍ୱରେ ହଜାର ହଜାର କର୍ମୀ ରହିଥିବା ବେଳେ, ମହାଳିକଙ୍କ ନେତୃତ୍ୱକୁ ବଜାଇ ରଖିବା ପାଇଁ ଏହି ବନ୍ଧୁମିଳନ ଉତ୍ସବରୁ ସ୍ପଷ୍ଟ ବରି ହେଉଥିଲା ଯାହାକି ସାମନ୍ତରାପୁର ପଂଚାୟତର ବିଜୁ ଜନତା ଦଳର କର୍ମିମାନେ ଭଲ ପାଉଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିôତବା ଦେଖିବାକୁ ମଳିଥିଲା । ପୂର୍ବତନ ସରପଂଚ ଅଭିମନ୍ୟୁ ମହାଳିକଙ୍କ ଦକ୍ଷତାକୁ ନେଇ ବେଶ ଖୁସି ହୋଇଥିଲେ ।
ସାମନ୍ତରାପୁର ପଂଚାୟତରେ ବନ୍ଧୁମିଳନ ପର୍ବ ଅନୁଷ୍ଟିତ
|
December 24, 2023 |