ସାପ କାମୁଡାରେ ଆଦିବାସୀ ମହିଳା ମୃତ

Spread the love

ଚଣ୍ଡିଖୋଲ,୪.୯(ସନ୍ଧାନ ନିୟୁଜ): ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ଓଲର ଗ୍ରାମ ଆଦିବାସୀ ସାହିର ବାଜିଆ ସୁରୀଙ୍କ ପତ୍ନୀ ମିଞ୍ଜାରୀ ସୁରୀ(୪୦) ସାପ କାମୁଡାରେ ମୃତୁ୍ୟ ଘଟିଛି । ମୃତ ମିଞ୍ଜାରୀ ଗତକାଲି ଅପରାହ୍ନରେ ବିଲକୁ ମାଛ ଧରିବାକୁ ଯାଇଥିଲେ । ସଂନ୍ଧ୍ୟା ହେବାରୁ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ । ତେବେ ଆଜି ସକାଳୁ ମିଞ୍ଜାରୀର ମୃତଦେହ ନିକଟସ୍ଥ ବିଲରେ ପଡିଥିବା ଦେଖି ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ । ମିଞ୍ଜାରୀର ମୃତୁ୍ୟ ଘଟଣା ତାଙ୍କ ସ୍ୱାମୀ ବାଜିଆ ବଡଚଣା ଥାନାରେ ଅବଗତ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁକରି ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି । ମିଞ୍ଜାରୀ ସାପ କାମୁଡାରେ ମରିଥିବା ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment