ସାନଭାଇର କାଠଫାଳିଆ ମାଡରେ ବଡ ଭାଇ ମୃତ, ପୁତୁରା ଭାଉଜ ଗୁରୁତର

Spread the love

କେନ୍ଦୁଝର,୧୨/୫ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଗୋଟିଏ ଗଛକୁ ନେଇ ଘରୋଇ ଝଗଡ଼ା, ସାନଭାଇର ମାଡରେ ବଡଭାଇର ମୃତ୍ୟୁ ହେଇଥିବା ବେଳେ ପୁତୁରା ଭାଉଜ ଗୁରୁତର ହେଇଛନ୍ତି। ମିଳିଥିବା ଖବର ଅନୁଯାୟୀ ଗୋଟିଏ ଗଛ ଦୁଇ ଭାଇଙ୍କ ମଧ୍ୟରେ ଭାଗ ଛିଡିନଥିଲା। ତାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଚିଥିଲା। ଉକ୍ତ ଝଗଡ଼ାକୁ ନେଇ ସାନ ଭାଇ ସମରା ହୋ ବଡଭାଇ ଜିତେନ ହୋ(୩୫)ଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ମାରି ଦେଇଥିଲା। ଏଥିସହ ପୁତୁରା ଓ ଭାଉଜଙ୍କୁ ବାଡ଼େଇ ବାଡ଼େଇ ଗୁରୁତର ଆହତ କରିଦେଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment