ସାଧାରଣ ତନ୍ତ୍ର ଦିବସ ଅବସରରେ ସବଡେଗା ରେ ଗ୍ରାମ ସଭା

Spread the love

ସୁନ୍ଦରଗଡ ତା:୨୬/୧/୨୦୨୬(ସନ୍ଧାନ ନ୍ୟୁଜ) ସବଡେଗା ରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବିଗତ ଯୋଜନା ର ପାଠ ପରେ ଆଗତ ଯୋଜନା ଉପରେ ଆଲୋକପାତ କରାଯାଇଥିଲା । ସବଡେଗା ଗ୍ରାମସଭା ସରପଞ୍ଚ ଗଣେଶ ପ୍ରଧାନଙ୍କ ତତ୍ତ୍ଵାବଧାନରେ ହୋଇଥିବାବେଳେ ଏଡିଓ ଦିଲୀପ ନାଏକ କାର୍ଯ୍ୟ ତୁଲାଇଥିଲେ । ସରକାରଙ୍କ ପ୍ରତ୍ୟେକ ଜନ କଲ୍ୟାଣ ଯୋଜନା ଉପରେ ବିଶଦ ଆଲୋଚନା ହୋଇଥିଲା। ଗ୍ରାମ ସଭାରେ ମଦ ପାରିତ ପାଇଁ ପଞ୍ଚାୟତ କୁ ଦୁଇଟି ନୋଟିସ ଆସିଥିବା ବେଳେ ଗ୍ରାମର ମାଆ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଆଗାମୀ ଦିନରେ ବିଦେଶୀମଦ ଦୋକାନ କୁ ଅଗ୍ରାହ୍ୟ ଦିଆଯାଇଥିବା ବେଳେ ଭାଟି ମଦ ରେ ଅନେକ ଲୋକଙ୍କ ଜୀବନ ସମୟ ସମୟେ ଯାଉଥିବା ବେଳେ ତାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା ।ଆଗାମୀ ଦିନରେ ଭାଟି ମଦକୁ ବନ୍ଦ ନ କଲେ ଅଞ୍ଚଳ ର ମାଆ ମାନେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ଜଣାପଡିଛି । ଗ୍ରାମୀଣ ଯୋଜନା ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜିବିକା ଗ୍ୟାରେଣ୍ଟି ମିଶନ ବିଷୟରେ ଆଲୋଚନା,ଲକ୍ଷପତି ଦିଦି ଯୋଜନା,ପାନୀୟ ଜଳ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା,ପ୍ରଧାନ ମନ୍ତ୍ରୀବୀମା ଯୋଜନା,ସାଧାରଣ ବଣ୍ଟନ,ସାମାଜିକ ସୁରକ୍ଷା ବିଷୟରେ ଅବଗତ କରାଯାଇଥିଲା ।ଟା ସହିତ ଅନ୍ୟାନ୍ୟ ମଧ୍ୟରେ ସବଡେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାସ୍ତା ପାର୍ଶ୍ଵରେ ଥିବା ଜମି ଗୁଡ଼ିକୁ ପଞ୍ଚାୟତ ମାଲିକାନା କରି ସେ ଜାଗାରେ ଲୋକଙ୍କ ଜୀବିକା ନିର୍ବାହ ପାଇଁ ଦୋକାନ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା । ପଞ୍ଚାୟତ ମୁଖ୍ୟରାସ୍ତା ରେ ବୃକ୍ଷ ରୋପଣ ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ଯୋଗାଣ ସହାୟକ ସୁକାନ୍ତ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

About The Author

Add Comment