ସାଢେ ୧୦ କେଜି ସମ୍ବର ମାଂସ ଜବତ

Spread the love

ବାରିପଦା, ୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ଶିମିଳିପାଳକୁ ଶିକାର କରିବା ପାଇଥିଲେ। ସେଠାରେ ସେମାନେ ଏକ ସମ୍ବରକୁ ମାରି ତାର ମାଂସ ନିଜ ନିଜ ମଧ୍ୟରେ ଭାଗ କରିନେଇଥିଲେ। ତେବେ ଜଣେ ଶିକାରୀ ମାଂସ ଓ ବନ୍ଧୁକ ଧରି ଘରକୁ ଫେରୁଥିବା ସମୟରେ ଗୁଡ଼ିପୋଖରୀ ନିକଟରେ ବନ କର୍ମଚାରୀମାନେ ଦେଖି ଗୋଡ଼ାଇଥିଲେ। ତେବେ ଶିକାରୀ ଜଣକ ଧରିଥିବା ସମ୍ବର ମାଂସକୁ ଫିଙ୍ଗି ବିଲ ଭିତର ଦେଇ ଦୌଡ଼ି ଦୌଡ଼ି ଫେରାର୍ ହୋଇଯାଇଥିଲେ। ବନ କର୍ମଚାରୀମାନେ ସମ୍ବର ମାଂସ ଜବତ କରିବା ସହ କାର୍ଯ୍ୟାଳୟକୁ ଫେରିଥିଲେ। ତେବେ ବନ କର୍ମଚାରୀମାନଙ୍କ ଦ୍ବାରା ଜବତ ହୋଇଥିବା ସମ୍ବର ମାସର ଓଜନ ସାଢ଼େ ୧୦ କିଲୋଗ୍ରାମ ହେବ। ଏନେଇ ୪୦/୨୦ରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଶିକାରୀମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ପ୍ରକାଶ ଥାଉକି ଶିକାରୀମାନେ ସମ୍ବର ସହ ଏକ ବାରହାକୁ ମଧ୍ୟ ଶିକାର କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Related Posts

About The Author

Add Comment