ଜେନାପୁର/,୧୯/୧୦ (ସନ୍ଧାନ ନ୍ୟୁଜ): ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ମଣିଷ ଦିନକୁ ଦିନ ଯେତେ ସହଜରେ ଅନେକ ସୁବିଧା ସୁଯୋଗ ହାସଲ କରୁଛି ପ୍ରତି ବଦଳରେ ସଚେତନ ଅଭାବରୁ ଅନେକ ବହୁ ପରିମାଣର କ୍ଷତି ମଧ୍ୟ କରୁଛି। ଏହାକୁ ଦୁରେଇବା ପାଇଁ ସଚେତନ ମାଧ୍ୟମରେ ପ୍ରୟାସ ଆରମ୍ଭ କରିଛି ସଚେତନ ନାଗରିକ ମଞ୍ଚ। ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କୁମାର ବେହେରା ଶନିବାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନ ପୁର ପଞ୍ଚାୟତ ସୋରଈଶ୍ୱର ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ କୁଇଜ ପ୍ରତିଯୋଗିତା ମାଧ୍ୟମରେ ସାଇବର ଅପରାଧ ର ମାଧ୍ୟମ ଓ ଏହା କିପରି ରୋକିହେବ ସେ ସମ୍ବନ୍ଧରେ ସଚେତନ କରିଥିଲେ। ବିଦ୍ୟାଳୟର ୧୫୦ ରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ସାଇବର ଅପରାଧୀ ମାନେ ନିଜକୁ ବ୍ୟାଙ୍କ କର୍ମଚାରୀ, ସେନା ଅଧିକାରୀ, ବିଭିନ୍ନ କମ୍ପାନୀର ଅଧିକାରୀ କହି ବିଭିନ୍ନ ଲାଭଜନକ ଯୋଜନାର ସୁବିଧା ଦେବା ପାଇଁ କହି ମୋବାଇଲ ନମ୍ବର କୁ ଯାଇଥିବା ଓଟିପି ମାଗି ଆକାଉଣ୍ଟରୁ ଟଙ୍କା ଖାଲି କରିଥାନ୍ତି। ଯଦି କେହି ଏହି ଠକେଇର ଶିକାର ହୁଅନ୍ତି ତେବେ ସାଇବର ପୋଲିସ ହେଲ୍ପ ଲାଇନ ୧୯୩୦ ରେ ତୁରନ୍ତ ଜଣାଇବା ପାଇଁ ଶ୍ରୀ ବେହେରା ସୂଚନା ଦେଇଥିଲେ।
ପିଲାମାନେ ସଚେତନ ହେବା ସହିତ ନିଜ ପରିବାରର ଅନ୍ୟ ମାନଙ୍କୁ ସଚେତନ କରିଲେ ଏହାକୁ ରୋକିବାରେ ସକ୍ଷମ ହୋଇ ପାରିବା ଅବଗତ ହୋଇଥିଲେ। ବିଦ୍ୟାଳୟର ବାର ଜଣ ପିଲାଙ୍କୁ ଏହି କାର୍ଯ୍ୟକ୍ରମ ରେ ଆୟୋଜିତ କୁଇଜ ରେ ସଠିକ ଉତ୍ତର ପାଇଁ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶରଣ ପୁରସ୍କାର ପ୍ରଦାନ କରିଥିଲେ।
ପରିଶେଷରେ ସାଇବର ଅପରାଧ ଏବଂ ଠକେଇ ରୋକିବା ନେଇ ଏକ ସାମୂହିକ ଶପଥ ପାଠ କରାଯାଇଥିଲା। ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, କୃଷ୍ଣ ସାହୁ, ପ୍ରଦୀପ କୁମାର ମଲ୍ଲିକ, ସୁରେଶ ସାହୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।ଘରେ ଘରେ ସାଇବର କ୍ରାଇମ ରୋକିବାକୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ କ୍ରିୟାଶୀଳ ହେବ ବୋଲି ଆବାହକ ସରୋଜ ବେହେରା କହିଛନ୍ତି।



