ବାରିପଦା ୦୫/୦୯ /୨୦ (ସନ୍ଧାନ ନିଉଜ)- ଲଘୁଚାପ ବର୍ଷା ଥମିବା ପରେ ସବୁ ନଦୀରେ ବନ୍ୟା ଆସିଛି।ଦେବି ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।ଏହି ପାଣି ଏବେ ଗାଁ ମୁହାଁ ହୋଇ ଚାଷ ଜମିରେ ଏବଂ ଘରେ ପଶିବା ଆରମ୍ଭ କରିଛି।ନିଆଳି ବ୍ଳକର ସଡାସଂ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡର,ସାତ କାଳିଆ, କରାଙ୍ଗ, କଣ୍ଟି ସାଳ, ସଡାଂଶ,ତାମ୍ପଡା ଆଦି ଗ୍ରାମ ରେ ସହ ସହ ଏକର ଧାନ ଜମି ଜଳ ମଗ୍ନ ହୋଇ ରହିଛି ଓ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି।ବିଶେଷ କରି ଦେବି ନଦୀରୁ ପଛୁଆ ପାଣି ଆସିବା ପରେ ଧାନ ଜମି ଏବେ ପାଣି ରେ ବୁଡ଼ି ରହିଛି ଏବଂ ଅନେକ ଚାଷ ଜମି ନଷ୍ଟ ହୋଇଥିବା ଗ୍ରାମ ବାସୀ କହିଛନ୍ତି। ତଅଁଳା ନଦୀର ବର୍ଷା ଜଳ ଦେବି ନଦୀରେ ସାତକାଳିଆ ଏବଂ ବେତେଣ୍ଡା ଗ୍ରାମ ର ନିକଟସ୍ଥ ତିନି ମୁହାଣୀ ଠାରେ ସୁଦାମ ପୋଲ ଦେଇ ଦେବି ନଦୀ କୁ ନିଷ୍କାସିତ ହୋଇ ଥାଏ।ଏହି ସୁଦାମ ପୋଲ ରେ ୬ ଟି ଲୁହା ଫାଟକ ଲାଗିଛି।ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଏହି ଫାଟକ ୪୦ ବର୍ଷ ତଳେ ତିଆରି ହୋଇ ଥିଲା,ଏହାର ଏ ପର୍ଯ୍ୟନ୍ତ କୌଣସି ମରାମତି ହୋଇ ନଥିବାରୁ ସେଥି ମଧ୍ୟରୁ କେତେକ କବାଟ କାମ କରୁ ନଥିବାରୁ ସେମିତି ଟେକି ହୋଇକି ରହିଛି।୪ ବର୍ଷ ହେଲାଣି ଖରାପ ହୋଇକି ପଡ଼ିଛି ଏହି ଲୁହା ଫାଟକ,ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ଏ ପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ କରା ଯାଇ ନାହିଁ।ଏହି ଫାଟକ କାମ କରୁନଥିବା ଯୋଗୁଁ ଦେବି ନଦୀରେ ବନ୍ୟା ଜଳ ବଢିବା ପରେ ଏହି କବାଟ ଦେଇ ବହୁଳ ପରିମାଣରେ ବନ୍ୟାଜଳ ତଅଁଳା ନଦୀ ଭିତରକୁ ପ୍ରବେଶ କରୁଛି।ଏହି ପାଣି ବର୍ତ୍ତମାନ ସାତ କାଳିଆ, ଗୁଣ୍ଡର, ପାଟେଳି,କଣ୍ଟି ଶାଳ, କରାଙ୍ଗ, ତାମ୍ପଦା,ଗ୍ରାମ ର ସହ ସହ ଏକର ଚାଷ ଜମି କୁ ବୁଡାଇ ଦେଇଛି, ଚାଷୀର ଆଖି ଆଗରେ ସଢ଼ୁଛି ଧାନ କ୍ଷେତ ତ ଆଉ କିଆରୀ କିଆରୀ ଭେଣ୍ଡି, ଜହ୍ନି,ପୋଟଳ ,କାକୁଡି, ବାଇଗଣ ଆଦି ପରିବା ଚାଷ। ସାତକାଳିଆ ନିକଟସ୍ଥ ଏହି ସୁଦାମ ପୋଲ ଥିବାରୁ ଏହି ଗ୍ରାମରେ ପଛୁଆ ପାଣି କେତେକଙ୍କ ଘର ନିକଟକୁ ଲାଗି ଆସିଥିବା ବେଳେ ସେମାନେ ଘରୁ ସମସ୍ତ ସରକାରୀ ଜିନିଷ ପତ୍ର ଦେବି ନଦୀ ବନ୍ଧ ର ରାସ୍ତା ଉପରକୁ ଆଣୁଥିବା ଦେଖିବାକୁ ମିଳିଥିଲା।ତେବେ ଲଘୁଚାପ ବର୍ଷା ଯାହା କ୍ଷତି କରିଥିଲା,ବନ୍ୟା ପାଣି ଚାଷୀଙ୍କୁ ସଂପୂର୍ଣ୍ଣ କ୍ଷତି ଗ୍ରସ୍ତ କରିବ ବୋଲି ଆଶଙ୍କା ଦେଖା ଦେଇଛି ।ବର୍ତ୍ତମାନ ପାଣି ର ସ୍ଥିତି ଯାହା ରହିଛି ଚାଷୀ ଙ୍କୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇବା ଏକ ପ୍ରକାର ନିଶ୍ଚିତ ହୋଇଛି।ଏହି ଲୁହା ଫାଟକ କୁ ତୁରନ୍ତ ମରାମତି କରିବା ସହିତ ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୃଷି ଅଧିକାରୀ କୃଷି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ କ୍ଷତି ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ କହିଛନ୍ତି ଏବଂ ବନ୍ୟା ଜଳରେ ଦୁଃଖ ସାଉଁଟୁ ଥିବା ଚାଷୀର କରଜ ଚିନ୍ତା ମୁଣ୍ଡ ଉପରେ ଥିବା ପ୍ରମୁଖ ଚାଷୀ ମାନେ କୃଷି ଋଣ ଛାଡ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।
ତାଜା ଖବର
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ



