ସୁବର୍ଣ୍ଣପୁର/ସନ୍ଧାନ ନିୟୁଜ: ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡା ଠାରେ ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ରେ ଲାଗି ଆଜି ସକାଳୁ ସକାଳୁ ଏକ ଗାଇର ମୃତ୍ୟ ହୋଇଥିବା ଦେଖାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଦ୍ୟୁତ ବିଭାଗର ଅବହେଳା କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଗରୁ ଅଫିସ ରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ଅଞ୍ଚଳରେ ସବୁବେଳେ ଛୋଟ ଛୁଆ ଖେଳକୁଦ ତଥା ଚଳପ୍ରଚଳ କରୁଥିବା ବେଳେ ଅତି ଶିଘ୍ର ସୁରକ୍ଷିତ ପାଚେରୀ ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି। ସହରରେ ଅନେକ ସ୍ଥାନରେ ଏଭଳି ଅସୁରକ୍ଷିତ ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ ଧନ ଜୀବନ କୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ଜନସାଧାରଣ। ସେହିପରି ସହର ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ତାର ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଜଣାପଡିଛି। ଏ ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଏସଏନଏଲ୍ ନଂ ଟିଁ ଟିଁ ଟିଁ କରି କଟିଯାଉ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
ତାଜା ଖବର
- ମହିଳାଙ୍କୁ ଥାନା ଅଧିକାରୀଙ୍କ ଦୃବ୍ୟବହାର କଲେ
- ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ ଟ୍ରାଫିକ୍ ଥାନା ଦିଗହରା ସାଜିଛି
- ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଅନୁଷ୍ଠିତ
- ସୁବର୍ଣ୍ଣ ଜୟନ୍ତୀ ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋ ବନ୍ତ ବ୍ଲକ ଭଦ୍ରକ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁର ଶିଳ୍ପ କରିଡରରେ ବଢୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ‘ଟିମ୍ ଏସଏନଏମ୍’ (SNM)
- ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ରେ ରକ୍ତଦାନ ଶିବିର ଅନୁଷ୍ଠିତ
- ବିଜେଡିର ବିଜୁ ବ୍ରାଣ୍ଡକୁ ହାଇଜ୍ୟାକ କରିବେ ବିଜୟ ମହାପାତ୍ର , ସୋମ୍ୟ ପଟ୍ଟନାୟକ ଏବଂ ଦିଲ୍ଲୀପ ରାୟ!
- ଚନ୍ଦ୍ର ଚାରିପଟେ ଗବେଷଣା ପରେ ପ୍ରଶାନ୍ତ ମହାସାଗରରେ “ଆର୍ଟେମିସ୍ -୨”ର ସୁରକ୍ଷିତ ଭାବେ ଅବତରଣ
- ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର



