ସରକାରୀ ଯୋଜନା ହେଉଛି ବାଟବଣା ତଥାପି ସରକାରଙ୍କ ନିଦ ଭାଙ୍ଗୁନି

Spread the love

ସୁନ୍ଦରଗଡ:- ତା୪/୩/୨୦୨୩ (ସନ୍ଧାନ ନିଉଜ/ ରାଜୁ ପଟେଲ )ରାଜ୍ୟ ସରକାର ତାଙ୍କର ଶାସନ ୨୫ ବର୍ଷ କାଳରେ ଯୋଜନା ଉପରେ ଯୋଜନା କରି ଯୋଜନା ଗୁଡିକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି l ହେଲେ କୁଆଡେ ଯାଉଛି ଟଙ୍କା l ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା ମାନ କରି ଚାଲିଛନ୍ତି କିନ୍ତୁ ଲୋକଙ୍କ ପାଖକୁ ପହଂଚି ପାରୁନି ସେ ଯୋଜନା, ସେ ସୁବିଧା l ଯଦି ସରକାର ଙ୍କ ସୁବିଧା ଗୁଡିକ ଲୋକଙ୍କପାଖକୁ ପହଂଚି ପାରୁନି ତାହେଲେ କୁଆଡେ ଯାଉଛି ସେ ଯୋଜନାଗୁଡିକ l ସୁନ୍ଦରଗଡ ଜିଲ୍ଲା ତଲସରା ପଞ୍ଚାୟତ ଅନ୍ତର୍ଗତ ଟିକିଲି ପଡା( କାଦୋବାହାଲ) ଗ୍ରାମରେ ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଅଞ୍ଚଳରେ ଚିକିତ୍ସାଲୟ ଠାରୁ ଆରମ୍ଭ କରି ନଦୀ ପାର ହେବାକୁ ବ୍ରିଜ ମଧ୍ୟ ନାହିଁ, ତା ସହିତ କୌଣସି ଯାନ ବାହାନ ଚଳାଚଳ ପାଇଁ ସୁବିଧା ନ ଥିବାରି ଚିକିତ୍ସା କ୍ଷେତ୍ରର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଏହି ଅସୁବିଧା କାରଣରୁ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ରହୁଥିବା ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି । ପାଣିର ସୁବିଧା ପାଇଁ ନଳକୁପଟିଏ ନାହିଁ ତା ସହିତ ଗାଧୋଇବା ପାଇଁ ଅଞ୍ଚଳରେ ପୋଖରୀର ସୁବିଧା ନାହିଁ ।ଭୋଟ ସମୟ ରେ ଯେତେ ସରପଞ୍ଚ, ସମିତି ମେମ୍ବର, ଜିଲ୍ଲା ପରିଷଦ, ବିଧାୟକ ତଥା ମନ୍ତ୍ରୀ ମାନେ ନାନା ଦଳକୁ ନେଇ ଠିଆ ହୋଇ ଏ ଗାଁ ମାନଙ୍କୁ ଆସି ଲୋକଙ୍କ ସମୁଖରେ ଅନେକ ବଡ଼ ବଡ଼ ଆଶ୍ୱାସନା ଦିଅନ୍ତି । ହେଲେ ପ୍ରକୃତ ସମୟରେ ତାହା ପାଣିର ଗାର ସଦୃଶ ଆଦେଖା ହୋଇ ରହିଯାଏ । ସମୟ ଅନ୍ତରାଳରେ କଥା ତ ଦୂରେ ଥାଉ ସେମାନଙ୍କୁ ଦେଖିବାକୁ ସାତ ସପନ ହୋଇଯାଏ l ଏଠାରେ ପ୍ରଶ୍ନ ଉଠୁଛି କି ସରକାର ଲୋକ ମାନଙ୍କ ସେବା କରିବା ପାଇଁ ଭୋଟ ରେ ଠିଆ ହୁଅନ୍ତି ନା ନିଜ ସ୍ୱାର୍ଥ ପାଇଁ ଠିଆ ହୋଇ ଥାନ୍ତି l ଗ୍ରାମ ଟି ନିଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ l ଏହି ଗ୍ରାମ ରେ ଆଦିବାସୀ ଲୋକ ମାନେ ବସବାସ କରନ୍ତି l ଯଥାଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment