ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରସ୍ତୁତି ବୈଠକ କଲେ ରାଜ୍ଵସ ମନ୍ତ୍ରୀ ସୁରେଶ ପୂଜାରୀ।

Spread the love

 ସମ୍ଭାବ୍ୟ ବାତ୍ୟା କୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସମ୍ଭାବ୍ୟ ବାତ୍ୟା ଦ୍ବାରା ଯେଉଁ ଜିଲ୍ଲା ଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବେ ସେ ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ,ଓ ମାଲକାନଗିରି। ଏହି ସବୁ ଜିଲ୍ଲା ରେ ରିଲିଫ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଓ ବିଦ୍ୟୁତ୍ ସେବା ଠିକ୍ ଭାବରେ ପହଞ୍ଚାଇବା ପାଇଁ ରାଜ୍ଵସ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦେଶ ଦେଇଛନ୍ତି। ଏହି ଜିଲ୍ଳା ଗୁଡିକରେ ସମସ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ବାତ୍ୟା ସମୟ ରେ ଯେପରି କାହାର ମୃତ୍ୟୁ ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ, ଜଳ,ବିଦ୍ୟୁତ୍, ମହଜୁଦ ରହିଥିବା କଥା ମନ୍ତ୍ରୀ ଆମ ସନ୍ଧାନ ଦୈନିକ ଖବର କାଗଜ ର ପ୍ରତିନିଧି ସତ୍ୟବ୍ରତ ନାୟକ ଙ୍କୁ ଫୋନ୍ ଯୋଗେ ସୂଚନା ଦେଉଥିଲେ। ଅଗ୍ନି ସମ ବାହିନୀ, ବିପର୍ଯ୍ୟୟ ପରିଚାଳନା ର ସମସ୍ତ ସଦସ୍ୟ ଙ୍କୁ ପ୍ରସ୍ତୁତ। ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀଯୁକ୍ତ ସୁରେଶ ପୂଜାରୀ। ଏହି ବୈଠକ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜୁ  ସନ୍ଧାନ।

Related Posts

About The Author

Add Comment