ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

Spread the love
ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ) ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲର ଉଦଘାଟନ କରିଛନ୍ତି । ଆଜିଠାରୁ ଏହି ହସ୍ପିଟାଲ ବିଧିବଦ୍ଧ ଭାବେ କାର୍ଯ୍ୟ କରିଛି । ଏହି କୋଭିଡ ହସ୍ପିଟାଲରେ ୨୦୦ ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏହି ହସ୍ପିଟାଲ ପାଇଁ ଭିମସାର ୫୦ ଜଣ ଅଭିଜ୍ଞ ପ୍ରଫେସର, ସରକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ଏହି ହସ୍ପିଟାଲରେ ନିୟୋଜିତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏବେ ୫ଟି ଆଇସିୟୁ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଆଗାମୀ ୧୫ ଦିନରେ ବଲାଙ୍ଗୀରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

Related Posts

About The Author

Add Comment