ଭୁବନେଶ୍ୱର , ୦୩/୦୫/୨୨ (ସନ୍ଧାନ ନିଉଜ) ସମାଜକୁ ନୂତନ ରାହା ଯୋଗାଉ ସାହିତ୍ୟ-ଆଜି ଏଭଳି ମତ ପ୍ରକାଶ ପାଇଁ ଜୟପୁର ସାହିତ୍ୟ ପରିବାର ଦ୍ୱାରା ଆୟୋଜିତ ଆଭାସୀ ପୁସ୍ତକ ଉନ୍ମୋଚନ ତଥା ଉଦ୍ ବୋଧନୀ କାର୍ଯ୍ୟକ୍ରମରେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, କଳାହାଣ୍ତି ବିଶ୍ବବିଦ୍ଯାଳୟର କୁଳପତି ତଥା ପ୍ରସିଦ୍ଧ ଉଦ୍ ଘୋଷକ ପ୍ରଫେସର ସଂଜୟ କୁମାର ଶତପଥି । ସେ ନିଜ ଅଭିଭାଷାଣରେ ବିଭିନ୍ନ ବୃତ୍ତାନ୍ତ ତଥା ବ୍ୟାଖ୍ୟାନ ମାଧ୍ୟମରେ ସାହିତ୍ୟକୁ ସମାଜର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେ ନିଜ ଅଭିଭାଷଣରେ କବିତା ଚିରଂଜିବି ହେବାର ବୃତ୍ତାନ ବ୍ୟାଖାନ ମାନ ଆଲୋଚନା କରିଥିଲେ ତଥା ଯୁବ ପିଢିଙ୍କୁ ଉପଦେଶାବଳୀ ଦେଇଥିଲେ ।
ପ୍ରଥମେ ଶଙ୍ଖବାଦ୍ୟ ସହ ଉତ୍ସବଟିକୁ ଜୟପୁର ର ଅଧିଷ୍ଠାତ୍ରି ମାଁ ଦକ୍ଷିଣକାଳିଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା । ଉଦ୍ ବୋଧନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଡ. ଦେବାଶୀଷ ପାତ୍ର,ବ୍ରହ୍ମପୁର ରୁ ପ୍ରାକ୍ତନ ଅଧ୍ୟକ୍ଷ ଡ. ବନମାଳୀ ପାଣିଗ୍ରାହୀ, ଅନୁଗୋଳରୁ ଶ୍ରୀ କୃଷ୍ଣଚନ୍ଦ୍ର ସିଂହ, ଦେବଗଡରୁ କବୟିତ୍ରୀ ପଦ୍ମିନି ସାହୁ, ନବରଙ୍ଗ ପୁର ରୁ ଡକ୍ଟର ବିଜୟ କୁମାର ମିଶ୍ର,କୋରାପୁଟରୁ ଶ୍ରୀ କିରଣ ପ୍ରକାଶ ପଣ୍ତା, ବଲାଙ୍ଗୀର ରୁ ସ୍ୱାମୀଶ୍ରୀ ଜୟଦେବ ଭାରତୀ ଯୋଗଦେଇ, କାଳଜୟୀ ସାହିତ୍ୟ ସୃଷ୍ଟି କରିବାର ଧାରା ବିଷୟରେ ମାନସ ମନ୍ଥନ କରେଇଥିଲେ । କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଡ. ଝାନସୀ ସିଂହ । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ । ଇଷ୍ଟ ଦେବୀ ଟ୍ରଷ୍ଟର ଚେୟାର୍ ମ୍ୟାନ ତଥା ଜୟପୁର ସାହିତ୍ୟ ପରିବାର ର ପୃଷ୍ଠପୋଷକ ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଯୋଜନା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଅରୁଣ କୁମାର ତ୍ରିପାଠୀ ।
ଉକ୍ତ ଉତ୍ସବରେ ବାଲିମେଳାରୁ କବୟିତ୍ରୀ ଅର୍ଚ୍ଚନା ପଟ୍ଟନାୟକଙ୍କୁ “ଜୟପୁର ସାହିତ୍ୟ ସପ୍ତଧାରା ସମ୍ମାନ ତଥା ଅନୁଗୋଳ ରୁ କବି କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଜୟପୁର ସାହିତ୍ୟ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।” ଏହି ଅବସର ରେ ଅନୁଷ୍ଠାନର ମୁଖପୁସ୍ତିକା ସାରସ୍ୱତ ବୈତରଣୀ ତଥା କବି ଅରୁଣ କୁମାତ ତ୍ରିପାଠୀଙ୍କ ରଚିତ ପୁସ୍ତକ ନିର୍ବାସନରେ ବିରହର ଉନ୍ମୋଚନ ହେଇଅଛି । ଏହି କବିତା ସଂକଳନରେ ନବୀନ ତଥା ପ୍ରବୀଣ କବି ମାନଙ୍କ ୧୦୯ କବିତା ସ୍ଥାନ ପାଇଅଛି । ପ୍ରତିବର୍ଷ ଅକ୍ଷୟ ତୃତିୟାରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରେସ୍ ବିବୃତ୍ତିରେ ସୂଚିତ କରାଯାଇଅଛି ।



