ସଭାସ୍ଥଳରୁ ତଡ଼ା ଖାଇଲେ ଏଆଇସିସି ସଭ୍ୟ ରବୀନ୍ଦ୍ର ମହାପାତ୍ର

Spread the love

ଜୟପୁର, ୬/୧୧ (ସନ୍ଧାନ ନିଉଜ) : କଂଗ୍ରେସକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନ ଧରି ବାଦବିବାଦ ଲାଗି ରହିଥିବା ବେଳେ ବୁଧବାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଜୟପୁରରେ ଆୟୋଜିତ କଂଗ୍ରେସ ସଭାରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ରବୀନ୍ଦ୍ର ମହାପାତ୍ର ତଡ଼ା ଖାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କୋରାପୁଟ ଜିଲା ସଂଗଠନକୁ ସୁଦୃଢ କରିବା ପାଇଁ ଜୟପୁରରେ ଆୟୋଜିତ ସଭାକୁ ଆସିଥିଲେ। ସେଠାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲା ସଭାନେତ୍ରୀ ମୀନାକ୍ଷି ବାହିନୀପତି ମଧ୍ୟ ଉପସ୍ଥିତ ଥିଲେ। ଇତି ମଧ୍ୟରେ ଦଳୀୟ ବିଶୃଙ୍ଖଳା ପାଇଁ ରବୀନ୍ଦ୍ରଙ୍କୁ ସଭାନେତ୍ରୀ ମୀନାକ୍ଷି ସଭା ସ୍ଥଳରୁ ତାଙ୍କୁ ଚାଲିଯିବାକୁ କହିଥିଲେ। ଏହାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ ଥିବା କଂଗ୍ରେସ କର୍ମୀମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।

Related Posts

About The Author

Add Comment