ସୁନ୍ଦରଗଡ ତା: ୨୮/୮/୨୨/୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଓଡ଼ିଶାରେ ମଦ ବନ୍ଦ କରିବାପାଇଁ ଏକ ମିଛ ପ୍ରହସନ୍ ଚାଲିଛି। ଏହି ମଦ ରୁ କୋଟି କୋଟି ଟଙ୍କାର ରାଜସ୍ବ ଆସୁଥିବା ବେଳେ ସରକାର ଲୋକଙ୍କୁ ଛଲନା କରି ବୋକା ବାନାଇବାରେ ଲାଗିଛନ୍ତି । ଏହି ବିଦେଶୀ ମଧ୍ୟକୁ ନେଇ ଅନେକ ଅଞ୍ଚଳରେ ବିଶୃଙ୍ଖଳାର ବାତାବରଣ ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ତଥା ଆରକ୍ଷୀ ବିଭାଗ ନିଜ ନିଜର ସ୍ବାର୍ଥ ସାଧିତ କରିବାପାଇଁ ମଧ୍ୟ ଅଞ୍ଚଳବାସୀଙ୍କୁ ଅନ୍ଧାର ମୁହଁକୁ ଠେଲି ଦେଉଥିବା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ସବଡେଗା ସାପ୍ତାହିକ ହାଟ ସନ୍ଧ୍ୟା ହେଲାପରେ ମଦରେ ମଧୁଚନ୍ଦ୍ରିକା ଘଟୁଥିବା ପ୍ରତିଦିନ ଦେଖିବାକୁ ମିଳୁଥିବା ଜଣାପଡିଛି । ପ୍ରତିଦିନ ସବଡେଗା ସାପ୍ତାହିକ ହାଟରେ ସନ୍ଧ୍ୟା ହେଲାପରେ ହାଟ ହୋଇଯାଏ ମଦର ରଙ୍ଗମଞ୍ଚ । ଆରମ୍ଭ ହୋଇଯାଏ ମଧୁଚାନ୍ଦ୍ରିକାର ପ୍ରତିଦିନର ନାଟକୀୟ ମଞ୍ଚ । ରୀତିମତ ଭାବରେ କାର୍ଯ୍ୟ ଚାଲିବା ଦ୍ଵାରା ଦିନକୁ ଦିନ ଅଞ୍ଚଳରେ ଅସାମାଜିକ ତତ୍ତ୍ଵ ବଡିବା ସହିତ ତାହା ନୂତନ ଘଟଣାର ରୂପ ନେଉଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଅନବରତ ବଢ଼ିଚାଲିଛି ଅଶାନ୍ତିର ବାତାବରଣ । ପ୍ରଶାସନର ଅବହେଳା କାରଣରୁ ଅଞ୍ଚଳରେ ଚୋରି, ଡକାୟତି, ଦୁର୍ଘଟଣା ବଢ଼ିବାଲାଗିବା ସହିତ ଲୋକେ ପ୍ରତିଦିନ ଭୟଭିତ ରହୁଥିବା ସୂଚନା ମିଳିଛି । ଅନେକ ଥର ନାରୀ ସଙ୍ଗଠନ ମାନଙ୍କ ଦ୍ଵାରା ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ବିଶେଷ ସୂତ୍ରରୁ ଜଣାପଡିଛି ।ମୁଖ୍ୟ ରାଜ୍ୟ ରାଜପଥ ୨୪ ଉପରେ ଓ ସାପ୍ତାହିକ ହାଟ ସମ୍ମୁଖରେ ଥିବା କାରଣରୁ ଶିକ୍ଷା ଉପରେ ବିଶେଷ ପ୍ରଭାବ ପଡୁଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ଏହାର ଉଚିତ୍ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଈ ଅଞ୍ଚଳର ନେତା ଓ ମନ୍ତ୍ରୀ ଥିବା ବେଳେ ଏପରି ଅବହେଳା କୁ ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି ।
ସବଡେଗା ସାପ୍ତାହିକ ହାଟ ମଦ ସହ ମଧୁଚନ୍ଦ୍ରିକା
|
August 28, 2024 |