ସବଡେଗା ଅବକାରୀ ବିଭାଗର ବେଆଇନ ତାଡି କାରବାର ଉପରେ ଚଢାଉ, ୫୦ ଲିଟର ତାଡି ସହ ବାଇକ୍ ଜବତ

Spread the love

ସୁନ୍ଦରଗଡ ତା:୭/୧୨/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରାଙ୍କ ନିର୍ଦ୍ଦେଶ କ୍ରମେ ସବଡେଗା ଅବକାରୀ ବିଭାଗର ଇଞ୍ଚାର୍ଜ ଆଶୀର୍ବାଦ ବେହେରା ତଳସରା ଥାନା ଅନ୍ତର୍ଗତ  ଫଲ୍ସା ପଡ଼ା ରେ ଚଡାଉ କରି  ଜଣେ ଅଭିଯୁକ୍ତକୁ ତାଡି ସହ ବାଇକ୍ ଜବତ କରିଥିବା ଜଣା ପଡ଼ିଛି ।ସୂଚନା ଅନୁସାରେ ତଳସରା ଥାନା ଅନ୍ତର୍ଗତ ଫଲ୍ସା ଗୌଡ ପଡ଼ା ରେ ଅବକାରୀ ବିଭାଗ ଚଢାଉ କରି ଗତକାଲି ପ୍ରାୟ ସକାଳ ୬ଟା ରେ ତାଡି ସହ ଏକ ବାଇକ୍ ଜବତ କରିଛି।  ଅଭିଯୁକ୍ତ  ସୁଧୀର ବାଗ ବୋଲି ଜଣାପଡ଼ିଥିବା ବେଳେ ତା ନିକଟରୁ ୫୦ ଲିଟର ତାଡି ଓ ଏକ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି। ତଳସରା ଅଞ୍ଚଳରେ ଏହି ବେଆଇନ କାରବାରକୁ ରୋକିବାକୁ ସର୍ବଦା ସଜାଗ ରହିଥିବା ଅଞ୍ଚଳବାସୀ ପ୍ରକାଶ କରିଥିବା ଜଣାପଡିଛି ।

Related Posts

About The Author

Add Comment